ପାଲଲହଡା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ଅନୁଗୋଳ,ତା. ୧୫. ୦୭:- ଆଜି ପୂର୍ବାହ୍ନରେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳଲହଡା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ପାଳଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ପୁଷ୍ପ,ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ, କୃଷି, ଉଦ୍ୟାନ କୃଷି,ଗ୍ରାମ୍ୟ ଗୃହ ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡିଶା ଜିବୀକା ମିଶନ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଶ୍ରମ, ଦକ୍ଷତା ବିକାଶ, କ୍ରୀଡା ସହିତ ବିଭିନ୍ନ ବିଭାଗ ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ ।

ଏହି ବୈଠକରେ ପାଳଲହଡା ଅଞ୍ଚଳ ସହିତ ଜଡିତ ବିଭିନ୍ନ ବିଷୟରେ ସମସ୍ତ ବିଭାଗୀୟ କାର୍ଯ୍ୟ ଉପରେ ମାନ୍ୟବର ବିଧାୟକ ସମୀକ୍ଷା କରିଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ, ପାରଦର୍ଶିତା ଏବଂ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ଉପରେ ମାନ୍ୟବର ବିଧାୟକ ଗୁରୁତ୍ବାରୋପ କରିଥିଲେ । ମାନ୍ୟବର ବିଧାୟକଙ୍କ ଦ୍ବାରା ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋ ଜଙ୍ଗଲ ଜମି ଯୋଜନା ଅନ୍ତର୍ଗତ ୪ଗୋଟି ରାଜସ୍ୱ ଗ୍ରାମର ଗୋଷ୍ଠୀ ଜଙ୍ଗଲ ଅଧିକାର ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧୁକାର ଶିରୋନାମା ଗ୍ରାମ୍ୟ କମିଟିର ସଭାପତି ତଥା ସମ୍ପାଦକଙ୍କୁ ପ୍ରଦାନ କରାଯାଇଥିଲା । ଏହାବ୍ୟତିତ ପାଳଲହଡା ତହସିଲ ତରଫରୁ ୧୩ ଜଣ ହିତାକାରୀଙ୍କୁ ମାନ୍ୟବର ବିଧାୟକଙ୍କ ଦ୍ବାରା ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ପାଳଲହଡା ବ୍ଳକର ଜଣେ ପି ଭି ଟି ଜି ଊଦ୍ୟୋଗୀଙ୍କୁ ମାନ୍ୟବର ବିଧାୟକ ଏବଂ ଜିଲ୍ଲାପାଳଙ୍କ ଦ୍ବାରା ନାନୋ ୟୁନିକର୍ଷ ଯୋଜନା ଅଧୀନରେ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୋକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଗୌରୀ ଶଙ୍କର ବଳ, ପାଳଲହଡା ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶ୍ରୀ ନିଶାନ ମିଶ୍ର, କଣିହାଁ ତହସିଲଦାର ଚିନ୍ମୟ ଦାସ, କଣିହାଁ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶ୍ରୀ ତ୍ରିବିକ୍ରମ କୁମୁରାଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।




