ହରଚଣ୍ଡି ମନ୍ଦିରର ଦଧିନଉତି ସ୍ଥାପନ

ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ଠାରେ ଥିବା ହରଚଣ୍ଡି ମନ୍ଦିରର ଦଧିନଉତି ସ୍ଥାପନ କରାଯାଇଛି।ଏହି ଦଧିନଉତି ସ୍ଥାପନ କାର୍ଯ୍ୟ କ୍ରମରେ ପଣ୍ଡିତ ମହେଶ୍ୱର ନନ୍ଦ, ଦେବେନ୍ଦ୍ର ପତି,ବାସୁଦେବ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ ।ଏହି ଉପଲକ୍ଷେ ଏକ ଯଜ୍ଞର ଆୟୋଜନ କରାଯାଇ ଥିଲା।ଏଥିରେ ସକ୍ସଳ୍ପ କରିଥିଲେ ଅକ୍ଷୟ ନାୟକ,ସବିତା ନାୟକ। ଦଧିନ ଉତି ବସିବା ଦ୍ବାରା ଆଖପାଖ ଗ୍ରାମରେ ଖୁସିର ଲହରି ଖେଳିଯାଇଛି।




