ଜନତା ହାଇସ୍କୁଲ ଭୁକ୍ତାରେ ବିଶ୍ଵ ସର୍ପ ଦିବସ ପାଳିତ

ବରଗଡ଼: (ପବିତ୍ର ମେହେର)::ପ୍ରକୃତିର ନୀରବ ରକ୍ଷକ ଭାବରେ ପରିଚିତ ସର୍ପଜଗତର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଛାତ୍ରାବସ୍ଥାରୁ ସଚେତନ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ସର୍ପ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଦିବସର ଉଦ୍ଦେଶ୍ୟ ଥିଲା ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପ୍ରକାରର ବିଷଧର ଓ ବିଷହୀନ ସର୍ପ, ସର୍ପଦଂଶନର ଆଶୁ ଚିକିତ୍ସା ବିଷୟରେ ଶିକ୍ଷିତ କରିବା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ବିଷହୀନ ଓ ବିଷାକ୍ତ ସାପମାନଙ୍କ ପରିଚୟ, ସେମାନଙ୍କର ଖାଦ୍ୟ, ପରିବେଶ,ସର୍ପଦଂଶନର ତତକ୍ଷଣାତ ଚିକିତ୍ସା ସମ୍ପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଜ୍ଞାନ କ୍ଳବ୍,ଇକୋ କ୍ଳବ୍ ଓ ଜୁନିଅର ରେଡକ୍ରସର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

