ଆଲୁମିନିୟମ ମଜ଼ଦୂର ସଂଘର ବିଶାଳ ଗଣବିକ୍ଷୋଭ
ଅନୁଗୋଳ ଜିଲ୍ଲା ରେ ଠାରେ ଗଢ଼ି ଉଠିଥିବା ନାଲକୋ ନବରତ୍ନ ଆଲୁମିନିୟମ କାରଖାନାର ପ୍ରଶାସନ ର ସ୍ଥାଣୁତା,ମନମୁଖୀ ଶାସନ, ବୈମାତୃକ ମନୋଭାବ ଏବଂ ଶ୍ରମିକ ଙ୍କ ମୌଳିକ ସମସ୍ୟା କୁ ଦୃଷ୍ଟିରେ ରେ ରଖି ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜ଼ଦୂର ସଂଘ ତରଫରୁ ଆଜି ପୂର୍ବାହ୍ନରେ ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ରେ ତିନି ଶହ ରୁ ଉର୍ଦ୍ଧ୍ୱ କର୍ମଚାରୀ ଙ୍କୁ ନେଇ ଏକ ବିଶାଳ ଗଣ ବିକ୍ଷୋଭ କରାଯାଇ ଏକ ବିଶାଳ ରାଲି ଅନୁଷ୍ଠିତ ହେଇଥିଲା । ବିଭିନ୍ନ ଦାବି ତଥା 2024-25 ଆର୍ଥିକ ବର୍ଷ ନିମନ୍ତେ ଉଭୟ ସ୍ଥାୟୀ ଓ ଠିକା କର୍ମଚାରୀଙ୍କ ନିମନ୍ତେ Production Gift, କ୍ୱାର୍ଟର ଆବଣ୍ଟନ ରେ ଅହେତୁକ ବିଳମ୍ବ, ଦୀର୍ଘ ପାଞ୍ଚ ବର୍ଷ ଧରି ପୋଷାକ ପ୍ରଦାନ ନ କରିବା,ନାଲକୋ ଟାଉନସିପ ରେ ପରିମଳ ର ଅବ୍ୟବସ୍ଥା,ଦୀର୍ଘ ପାଞ୍ଚବର୍ଷ ଧରି ଶ୍ରମିକ ସଙ୍ଗଠନ ସ୍ବୀକୃତି ପ୍ରାପ୍ତ ନିର୍ବାଚନ ନ କରିବା,ସ୍ଥାୟୀ କର୍ମଚାରୀ ଓ ଶିକ୍ଷକ ନିଯୁକ୍ତି ନ କରିବା,ବହୁ ପ୍ରତିକ୍ଷୀତ 1+1 ଏରିଅର ପ୍ରଦାନ ନ କରିବା, ନାଲକୋର ସମ୍ପ୍ରସାରଣ ର ମନ୍ଥରତା ଭଳି ପ୍ରମୂଖ ସମସ୍ୟା କୁ ନେଇ ନାଲକୋର ଏକମାତ୍ର ରାଷ୍ଟ୍ରବାଦୀ ଶ୍ରମିକ ସଙ୍ଗଠନ ଏକ ବିଶାଳ ଗଣ ଆନ୍ଦୋଳନ କୁ ଆହ୍ୱାନ କରିଥିଲା। ଉପରୋକ୍ତ ସମସ୍ୟା ର ଆସୁ ସମାଧାନ ନହେଲେ ସଙ୍ଗଠନ ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲିି ଚେତାବନୀ ଦେଇଛନ୍ତି। ନାଲକୋ ଆଲୁମିନିୟମ ମଜଦୂର ସଂଘର ସଭାପତି ଶ୍ରୀ ମୁନା ସାମଲ,ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲିକ, ଉପଦେଷ୍ଠା ଶ୍ରୀ ସଚ୍ଚିଦାନନ୍ଦ ଗଡ଼ନାୟକ ଙ୍କ ନେତୃତ୍ୱରେ ତିନିଶହ ରୁ ଉର୍ଦ୍ଧ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇ ନିଜ ମୌଳିକ ଅଧିକାର ପାଇଁ ରଣ ହୁଙ୍କାର କରିଥିଲେ । ଏ ଏମ୍ ଏସ୍ ସଙ୍ଗଠନ ତରଫରୁ ଡାକରା ଦିଆଯାଇଥିବା ଏହି ଗଣ ଆନ୍ଦୋଳନ କୁ କର୍ମଚାରୀଙ୍କ ତରଫରୁ ଅହେତୁକ ସମର୍ଥନ ମିଳିଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ବିଭିନ୍ନ ସମସ୍ୟାର ମୁଳୋତ୍ପାଟନ ନିମନ୍ତେ ଆଲୁମିନିୟମ ମଜ଼ଦୂର ସଂଘ ହିଁ ଏକମାତ୍ର ଭରସାଯୋଗ୍ୟ ସଙ୍ଗଠନ ବୋଲି ବିଭିନ୍ନ ବୁଦ୍ଧିଜୀବି ମହଲରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।
#जाग्रतभारत, #JAGRAtBHARAT, #JAGRAtBHARATNEWS, #खबरें, #आजतक, #ताजा_खबर, #भारत, #ओडिशा, #ओडिशासमाचार, #हिंदीसमाचार, #bhaskar, #dainikbhaskar, #lokmat, #punjabkesari.



