ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଖୋଲିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ର ରୋଟି ସେଣ୍ଟର୍

ସମାଜରେ ଅବହେଳିତ ଅବସ୍ଥାରେ ରହୁଥିବା ମହିଳା ମାନଙ୍କୁ ସଶକ୍ତିକରଣ ଏବଂ ସ୍ବାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡିଛି ଅନ୍ନପୂର୍ଣ୍ଣା ଫାଉଣ୍ଡେସନ। କଟକ ସହରରେ ୧୦ ରୁ ଉର୍ଦ୍ଧ୍ୱ ସ୍ଥାନରେ ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ପକ୍ଷରୁ ରୋଟି ମେକିଙ୍ଗ ସେଣ୍ଟର୍ ଖୋଲି ପାଖାପାଖି ୫୦ ଜଣରୁ ଉର୍ଦ୍ଧ୍ୱ ମହିଳା ଙ୍କୁ ରୋଜଗାର ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରିପାରିଛି। ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ର ଏଭଳି କାର୍ଯ୍ୟକ୍ରମ କରି ମହିଳା ମାନଙ୍କୁ ପ୍ରେରଣା ଯୋଗାଇବାରେ ସମର୍ଥ ହୋଇଛି । ଏହି ପରିପ୍ରେକ୍ଷୀରେ ଗତ କାଲି ପୁଣି ସିଡିଏ ସେକ୍ଟର ୯ ରେ ଆଉ ଏକ ରୋଟି ମେକିଙ୍ଗ ସେଣ୍ଟର୍ ଉଦଘାଟନ କରି ମହିଳା ମାନଙ୍କୁ ରୋଜଗାର ଯୋଗାଇବାକୁ ପ୍ରୟାସ କରିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରୋଟାରୀ କ୍ଲବ ର ପ୍ରେସିଡେଣ୍ଟ ବିଶ୍ୱଜିତ୍ ସେନାପତି ତଥା ରୋଟାରୀୟାନ ସୁବାଷ ଆଚାର୍ଯ୍ୟ, ନାଫିସା, ତଥା ଏହାର ପ୍ରୋପାଇଟର ସତ୍ୟବ୍ରତ ସାହୁ, ଏହି ଉଠଘାଟିତ ସେଣ୍ଟର ରେ ଉପସ୍ଥିତ ଥିଲେ




