ଚିକିତ୍ସାଧିନ ଅବସ୍ଥାରେ ଟାଟାଷ୍ଟିଲ ଯୋଡ଼ା ମେଡିକାଲ୍ ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟାଟାଷ୍ଟିଲ ହସ୍ପିଟାଲରେ ମହିଳା ରୋଗୀଙ୍କ ଚିକିତ୍ସା କରାଉଥିବା ବେଳେ ସନ୍ଦେହ ଜନକ ମୣତ୍ୟୁ ଅଭିଯୋଗ, ସୂଚନା ଅନୁଯାୟୀ ଯୋଡ଼ା ୭ ନଂ ୱାର୍ଡ଼ ଉଲି ହଟିଂ ଅଞ୍ଚଳର ସଞ୍ଜୟ ମୁଣ୍ଡାଙ୍କ ସ୍ତ୍ରୀ ବାଲମା ମୁଣ୍ଡା ଙ୍କ ଗୋଡ଼ରେ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତ ବିଳମ୍ବିତ ରାତିରେ ତାଙ୍କର ସନ୍ଦେହ ଜନକ ଭାବେ ମୣତ୍ୟୁ ହେଇଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ତାକଂ ମୣତ୍ୟୁକୁ ନେଇ ସନ୍ଦେହ ସୣଷ୍ଟି ହେଇଛି । ମୃତ୍ତ୍ୟୁ ପରେ ଟାଟା ଷ୍ଟିଲ ହସ୍ପିଟାଲ କତୃପକ୍ଷ ପୋଲିସ୍ କୁ ଖବର ନ ଦେଇ ମୃତକଙ୍କୁ ଘରକୁ ନେଇଯିବାକୁ କହିଥିଲେ, ଯେଉଁଥି ପାଇଁ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା ଏବଂ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ପ୍ରକଟ ହେବାପରେ ଟାଟା ଷ୍ଟିଲ ହସ୍ପିଟାଲରେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



