ବୁଢାପଙ୍କ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କର ୯୩ତମ ଜୟନ୍ତୀ ପାଳନ
ଅନୁଗୋଳ – ଶୁକ୍ରବାର ବୁଢାପଙ୍କ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କର ୯୩ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ସନ୍ଧ୍ୟା ୭ ଟା ବେଳେ ସତସଙ୍ଗ ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ ଗୁରୁଙ୍କର ପୂଜା ଅର୍ଚ୍ଚନା କରିଥିଲେ । ସତସଙ୍ଗରେ ଗୁରୁ ଭାଇ ଭଉଣୀ ମାନେ ପ୍ରାର୍ଥନା, ଭଜନ ସଙ୍ଗୀତ, ଧୂନ୍ କରିଥିଲେ। ବରିଷ୍ଠ ଗୁରୁ ଭାଇ ଓ ଭଉଣୀମାନେ ସଦଗୁର ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ବିଷୟରେ ପ୍ରବଚନ ଦେଇଥିଲେ। ଶେଷରେ ଶାନ୍ତି ପ୍ରାର୍ଥନା କରଯାଇଥିଲା ଓ ପ୍ରସାଦ ସେବନ କରିଥିଲେ।



