ତାଳଚେର ବସ୍ ଷ୍ଟାଣ୍ଡ ସାଜିଛି ଟ୍ରକ ଟର୍ମିନାଲ଼
ତାଳଚେର, ୧୮/୦୭ ତାଳଚେର ସମସ୍ତ କୋଇଲା ଖଣି ଗୁଡ଼ିକରୁ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଅଂଚଳକୁ କୋଇଲା ପରିବହନ କରାଯାଇଥାଏ । ଦୀର୍ଘବର୍ଷରୁ ତାଳଚେରରେ ଏକ ଟ୍ରକ ଟର୍ମିନାଲ ପାଇଁ ସ୍ୱଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ପରବର୍ତି ସମୟରେ ପ୍ରତାରଣା କରାଯାଉଛି ବୋଲି ଅଂଚଳବାସୀ ଏହା କ୍ଷଭର ସହ ପ୍ରକାଶ କରିଛନ୍ତି । ପ୍ରଚୁର ଧୂଳିଧୂଆଁ ସହିତ ମାଳମାଳ ଟ୍ରକ ଜାତୀୟ ରାଜପଥକୁ ଜାମ କରିବା ସହ ଏପରିକି ଲୋକଙ୍କ ପାଇଁ ନିର୍ମିତ ବସଷ୍ଟାଣ୍ଡ ଏବଂ ତାର ପାର୍ଶବର୍ତି ରାସ୍ତାରେ ଟ୍ରକ ଗୁଡ଼ିକ ଦୀର୍ଘ ସମୟ ଠିଆ କରି ରଖୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତାଳଚେର କଲେଜକୁ ସହସହ ଛାତ୍ରଛାତ୍ରୀ ଓ ବିଭିନ୍ନ ସ୍କୁକୁ ମଧ୍ୟ ଏହି ରାସ୍ତାଦେଇ ଯାତାୟତ କରିଥାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ସ୍ଥାନୀୟ ପ୍ରଶାସନ କିମ୍ବା ଏମସିଏଲ ପକ୍ଷରୁ ଟ୍ରକ ଟର୍ମିନାଲ ନିର୍ମାଣ କରାଯାଉନଥିବାରୁ ଓ କିଛି ମୁଷ୍ଠିମେୟ ବ୍ୟକ୍ତି ଯୋରଜବରଦସ୍ତ କାହାକୁ ଖାତିରନକରି ବସଷ୍ଟାଣ୍ଡ ନିଟରେ ଟ୍ରକ ଗୁଡ଼ିକ ପାର୍କିଙ୍ଗ କରୁଥିବାରୁ ସର୍ବସାଧାରଣ ସମେତ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବସଷ୍ଟାଣ୍ଡରୁ ଟିକସ ପୌରପରିଷଦକୁ ଯାଉଥିବା ବେଳେ ବସଷ୍ଟାଣ୍ଡ ସମ୍ମୁଖରେ ଯେଉଁ ଟ୍ରକ ଗୁଡ଼ିକ ଅହରହ ଠିଆ ହୋଇ ରହୁଛନ୍ତି ତାହାର ଟିକସ ଅର୍ଥ କାହା ପକେଟକୁ ଯାଉଛି ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏସମ୍ପର୍କରେ ତାଳଚେର ନଗରପାଳ ପବିତ୍ର ଭୂତିଆଙ୍କୁ ପଚାରିବାରୁ ସେ କୁହନ୍ତି, ଯେଉଁ ଟ୍ରକ ସେଠାରେ ପାର୍କିଂ କରୁଛନ୍ତି ସେହି ଟ୍ରକ ଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରକାଶ କରିଛନ୍ତି ।



