ଟ୍ରାକ୍ଟର ଉଲଟି ଜଣେ ମୃତ

ଭଟଲି :- ବରଗଡ ଜିଲ୍ଲ ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଗ୍ରାମରେ ଚାଷ କାମ ପାଇଁ ଟ୍ରାକ୍ଟର ସାହାଯ୍ଯରେ ହଳ କରୁଥିବା ବେଲେ କୌଣସି କାରଣ ବସତଃ ଟ୍ରାକ୍ଟର ଟି ଉଲଟି ଯିବାରୁ ଡ୍ରାଇଭର ଲମ୍ବୋଦର ସା (୩୭) ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଖବର ପାଇ ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇ ଥିଲା । ଶବ ବ୍ୟବଛେଦ ସରିବାପରେ ଗାଁ ମାଟି ସୁଲସୁଲିଆ ଗ୍ରାମରରେ ଶବଦାହ କରାଯାଇଥିଲା ।ସେ ଜଣେ ଭଲ ଚାଷୀ ଓ ଭଲ କ୍ରିକେଟର ଥିବାରୁ ଏହି ଘଟଣା ପରେ ଗାଁ ରେ ଶୋକ ର ଛାୟା ଖେଲିଯାଇଥିଲା।




