ବନବିଭାଗ ପକ୍ଷରୁ ସଶ୍ୟ ବାକ୍ସ ପ୍ରଦାନ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଅଧିନ ବାମେବାରୀ ବନପାଳ ଙ୍କ କାର୍ଯ୍ୟାଳୟ ବଡକାଳିମାଟି ପକ୍ଷରୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପାନପତି ମୁଣ୍ଡା ଓ ସମିତି ସଭ୍ୟା ଶ୍ରୀମତୀ ଅଷ୍ଟମୀ ମୁଣ୍ଡା ଙ୍କ ଉପସ୍ଥିତି ରେ ଫରେଷ୍ଟର ଶ୍ରୀ ବୁଲୁ ନାହକ ଓ ଫରେଷ୍ଟ ଗାର୍ଡ ଶ୍ରୀ ସୁବ୍ରତ ପାତ୍ର ଲୋକଙ୍କୁ ସଶ୍ୟ ବାକ୍ସ ପ୍ରଦାନ କରିଛନ୍ତି।ବଣୁଆ ହାତୀ ଦାଉରୁ ଧାନ ଓ ଚାଉଳ କୁ ରକ୍ଷା କରିବା ପାଇଁ ବଡକାଳିମାଟି ପଞ୍ଚାୟତ ର ଜାମୁପାଣି ଗ୍ରାମ କୁ ୨ଟି,ପିଢ ପଖୋରୀ ଗ୍ରାମକୁ ୩,ବଡ କାଳୀମାଟି ୭ଟି ଓ ଦୁବୁନା ଗ୍ରାମକୁ ୨ ଟି ଶସ୍ୟ ବାକ୍ସ ଦେଇଛନ୍ତି।ଏହା ଛଡା ପଳାଶ ୧୫,ନୟାଗଡ କୁ ୧୫,ମଲଦା ପଞ୍ଚାୟତ କୁ ୩୦ ଟି ଶସ୍ୟବାକ୍ସ ଫରେଷ୍ଟର ବୁଲୁ ନାହକ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।



