ଆଲୁମିନିୟମ ମଜଦୂର ସଂଘ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି

ବଅଁରପାଳ,୨୨/୦୭ : ୨୦ ତାରିଖ ରବିବାର ଦିନ ନାଲକୋ ର ରାଷ୍ଟ୍ରବାଦୀ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜ଼ଦୂର ସଂଘ ତରଫରୁ ଏ ଏମ୍ ଏସ କାର୍ଯ୍ୟାଳୟ ଠାରେ ଭାରତୀୟ ମଜ଼ଦୂର ସଂଘର ଗୌରବମୟ ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଦୁଇଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଲକୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଗଣ ଅଂଶଗ୍ରହଣ କରିଥିଲେ । ପିଲାଙ୍କ ମଧ୍ୟରେ ସିନିଅର ଓ ଜୁନିଅର ଦୁଇ ଭାଗ କରି ଚିତ୍ରାଙ୍କନ ଓ ବକ୍ତ୍ରୁତ୍ୱ ପ୍ରତିଯୋଗିତା କରାଯାଇଥିଲା । ସମୁଦାୟ ୧୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଚିତ୍ରାଙ୍କନରେ “ଭବିଷ୍ୟତ ପାଇଁ ପ୍ରକୃତି ସଂରକ୍ଷଣ”ଓ”ସ୍ୱାସ୍ଥ୍ୟ ହିଁ ସମ୍ପଦ” ଏବଂ ବକ୍ତ୍ରୁତ୍ୱ ରେ “ଛାତ୍ର ଜୀବନରେ ଶୃଙ୍ଖଳା ର ଭୂମିକା” ଓ “ରାଷ୍ଟ୍ର ଗଠନରେ ଛାତ୍ରର ଭୂମିକା” ଯଥାକ୍ରମେ ଜୁନିଅର ଓ ସିନିଅର ମାନଙ୍କ ପାଇଁ ବିଷୟ ସ୍ଥିରୀକୃତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶ୍ରୀ ଦେବାଶିଷ ମିଶ୍ର, ଉପମହାପ୍ରବନ୍ଧକ (ଇ ଆଣ୍ଡ ଆଇ), ଶ୍ରୀମତୀ ଜୟଶ୍ରୀ ସାହୁ (ଅନୁଗୁଳ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ), ଶ୍ରୀ ପ୍ରାଞ୍ଜଳ ରାଉତ, ଉପମହାପ୍ରବନ୍ଧକ (ବିଦ୍ୟୁତ) ଓ ଶ୍ରୀ ଶ୍ୟାମ ପଣ୍ଡା (ୟୁକୋ ବ୍ୟାଙ୍କ ମ୍ୟାନେଜର) ପ୍ରମୂଖ ବିଚାରକ ହିସାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପାର୍ଥସାରଥୀ ମିଶ୍ର, ଶ୍ରୀ ଦାଶରଥି ବେହେରା, ଶ୍ରୀ ଆଶୁତୋଷ ରଥ, ଶ୍ରୀ ଦୁର୍ଯ୍ୟୋଧନ ବେହେରା, ଶ୍ରୀ ବିପିନ ବିହାରୀ ସାହୁ ଓ ଶ୍ରୀ ଜିତୁ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳ ଭାବର ସମ୍ପାଦନ ହେଇଥିଲା । କାର୍ଯ୍ୟକ୍ରମଟି ସଭାପତି ଶ୍ରୀ ମୁନା ସାମଲ ଓ ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲିକ ଙ୍କ ପୂର୍ଣ୍ଣ ସମର୍ଥନରେ ସମ୍ପନ୍ନ ହୋଇପାରିଥିଲା । ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଏହିପରି ୧୨ ଟି ପୁରସ୍କାର ବି ଏମ ଏସ ର ୭୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୨୩ ତାରିଖ ବୁଧବାର ଦିନ ନାଲକୋନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପ୍ରଦାନ କରାଯିବ।



