ପିସିସି ସଭାପତି ଭକ୍ତ ଦାସ ଓ ରାହୁଲ୍ ଗାନ୍ଧୀଙ୍କ କୁଶପୂତଳିକା ଦାହ

ଫକୀରମୋହନ କଲେଜର ଛାତ୍ରୀ ଆତ୍ମହୂତି ଘଟଣାକୁ ନେଇ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ତୁମ୍ବି ତୋଫାନ୍ କରି ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ ।ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ତାଙ୍କ ସହିତ ତାଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଛାତ୍ର କଂଗ୍ରେସ୍ର ସଭାପତି ଉଦିତ୍ ପ୍ରଧାନ ରାଜରାସ୍ତାକୁ ଓହ୍ଲାଇବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ, ଯିଏ କି ଜୈନେକ ଯୁବତୀଙ୍କୁ ହୋଟେଲ୍କୁ ନେଇ ନିଶା ଦେଇ ଦୁଷ୍କର୍ମ କରି ଏବେ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଯାହାକି କଂଗ୍ରେସର ଅସଲ ରୂପ ପଦାରେ ପଡିଛି । ଅତୀତରେ କଂଗ୍ରେସ ଦ୍ବାରା ଛବିରାଣୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ, ଅଞ୍ଜନା ମିଶ୍ର ଦୁଷ୍କର୍ମ ଓ କଂଗ୍ରେସ କର୍ମୀ ନଇନା ସାହାଣୀଙ୍କ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବିଷୟରେ ଓଡିଶାବାସୀ ଅବଗତ। ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ବରେ ସ୍ଥାନୀୟ ଭାରତମାତା ପ୍ରତିମୂର୍ତୀ ନିକଟରେ କଂଗ୍ରେସ ବିରୋଧରେ ଭିକ୍ଷୋବ ପ୍ରଦର୍ଶନ କରିବା ସହ ପିସିସି ସଭାପତି ଭକ୍ତଦାସଙ୍କ ଇସ୍ତଫା ଦାବୀ କରି ଭକ୍ତଦାସ ଓ ପ୍ରତ୍ୟେକ ଘଟଣାରେ ଦିଲ୍ଲୀରୁ ଟୁଇଟ୍ କରୁଥିବା କଂଗ୍ରେସ୍ର ରାଷ୍ଟ୍ରୀୟ ନେତା ରାହୁଳଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚାର ସୂର୍ଯ୍ୟପ୍ରତାପ ରାଉତ, ଜମ୍ବରୁ ପାତ୍ର, ବିଭୁତି ଷେଣ୍ଢ, ସିଦ୍ଧାନ୍ତ ଶେଖର ସାମଲ, ସୂଚିତ୍ର ବେହେରା, ସୁଜିତ୍ ବାରିକ୍, ଲିପୁନ୍ ରାଉତ, ଶେଷଦେବ ନାଥ, ମହାଦେବ ପାତ୍ର, ପ୍ରତାପ ନାଥ, ଚିତରଞ୍ଜନ ରାଉତ, ଚିନ୍ମୟ ପଣ୍ଡା, ହରିବନ୍ଦନ ନାଥ, ସନ୍ତୋଷ ବେହେରା, ସନ୍ତୋଷ ମହାକୁଡ, ଅମନ୍ ବିଶ୍ଵାଳ, ସରୋଜକାନ୍ତ ବେହେରା, ଜିତେନ୍ଦ୍ର ସାଇଁ, ସୁବ୍ରତ ନାୟକ, ପପୁନ୍ ମହାନ୍ତି, ଲକ୍ଷ୍ମୀଧର ରାଉତ, ସୋନୁ ବେହେରା, ହାପି ପଣ୍ଡା, ସଜନ ନାଏକ, ବଳରାମ ସେଠୀ ଓ ରୋଶନ ନନ୍ଦ ନାୟକଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃ ପ୍ରସାଦ ନନ୍ଦ, ବିଜେପି ମଣ୍ଡଳ ସଭାପତି ବିକାଶ ସାହୁ, ରଞ୍ଜିତ୍ ବିଶାଲ, ସୁଶିଲ୍ ରାଉତ, ଲକ୍ଷ୍ମୀଧର ରାଉତ, ବରିଷ୍ଠ ନେତା ସତ୍ୟାନନ୍ଦ ପାତ୍ର, ବରିଷ୍ଠ ନେତା ସତ୍ୟାନନ୍ଦ ପାତ୍ର, ରୁଦ୍ର ନାରାୟଣ ତ୍ରିପାଠୀ, ସନ୍ତୋଷ ରାଉତ, ଜ୍ଞାନ ରଞ୍ଜନ ରାଉତ, ଧ୍ରୁବଚରଣ ସାଇଁ, ସନ୍ତୋଷ ବେହେରା, ପଦ୍ମଭୂଷଣ ସାହୁ, ବିଶ୍ଵେଶ୍ଵର ଦୋରା, ନିରୋଦ କୁମାର ସାହୁ, ପ୍ରତାପ ସାହୁ, ପ୍ରତାପ ନାଏକ, ପ୍ରଦୀପ ମଲ୍ଲିକ, ରାଜେନ୍ଦ୍ର ପ୍ରଧାନ, ଦେବାଶିଷ ପାଣି, ସମରେନ୍ଦ୍ର ଶତପଥୀ, ଲକ୍ଷ୍ମୀଧର ଦଳେଇ, ପୂର୍ଣ୍ଣଚନ୍ଦ୍ର ହୋତା, ରଞ୍ଜନ ସାହୁ, ଜଗନ୍ନାଥ ବେହେରା, ପ୍ରମୁଖ ସାମିଲ୍ ଥିଲେ ।




