ଭୁବନେଶ୍ୱର – ରାଜ୍ୟପାଳଙ୍କ ଭୂମିକାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜଭବନରେ ଆଉ ସୀମିତ ନରହି ଜନ ସଂପର୍କ ଅଭିଯାନରେ ସାମିଲ ହେବେ ନୂଆ ରାଜ୍ୟପାଳ । କେଉଁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ଦେଖିବେ, ଆଉ କେଉଁ ମନ୍ତ୍ରୀଙ୍କ ପାଖକୁ ଯାଇ ବିଭାଗ କାମ ବୁଝିବେ। କେବଳ ମନ୍ତ୍ରୀ ନୁହନ୍ତି, ବିରୋଧୀ ଦଳ ନେତାଙ୍କ ପାଖକୁ ମଧ୍ୟ ଯାଇପାରନ୍ତି ରାଜ୍ୟପାଳ।
ଜାନୁଆରିରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ କେ.ହରିବାବୁ କମ୍ଭମପାଟି। ରାଜ୍ୟପାଳ ସବୁ ବେଳେ ପ୍ରୋଟୋକଲ ଓ ପରମ୍ପରା ଭିତରେ ରାଜଭବନରେ ସୀମିତ ରହିଥାନ୍ତି। ହେଲେ ହରିବାବୁ କମ୍ଭମପାଟି କିନ୍ତୁ ଏହାର ବ୍ୟତିକ୍ରମ। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ କୌଣସି ରାଜ୍ୟପାଳ ମନ୍ତ୍ରୀଙ୍କ ବାସଭବନକୁ ଯାଇ ଭେଟିଥିବା ଦେଖିବାକୁ ମିଳିଛି। ଆଇନ ମନ୍ତ୍ରୀଙ୍କ ବାସଭବନକୁ ରାଜ୍ୟପାଳ କମ୍ଭମପାଟି ଯିବା ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଏଣିକିସରକାର ଓ ଲୋକଙ୍କ ମଧ୍ୟରେ ଦୂରତା କମାଇବେ ରାଜ୍ୟପାଳସରକାରଙ୍କ ବିକାଶରେ ଭାଗିଦାରୀ ହେବେମନ୍ତ୍ରୀ ଦେବେ ରାଜ୍ୟପାଳଙ୍କୁ ରିପୋର୍ଟ କାର୍ଡନୂଆ ଭୂମିକାର ଝଲକ ଦେଖିବାକୁ ମିଳିଥିଲା ଗତ ସୋମବାର। କେହି ବୁଝିବା ଜାଣିବା ଆଗରୁ ଅଚାନକ ଆଇନ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଯାଇଥିଲେ। ଆଇନ ବିଭାଗର କାମ କେମିତି ଚାଲିଛି, ସେନେଇ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଉ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ, ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଗତ ମଙ୍ଗଳବାର ଚିତ୍ର ମଧ୍ୟ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରାଜସ୍ୱ ବିଭାଗର ପ୍ରଦର୍ଶନ, ଉପଲବ୍ଧି ଉପରେ ଆଲୋଚନା କରିଛନ୍ତି। ଭେଟିବା ପରେ ସୁରେଶ ପୂଜାରୀ କହିଥିଲେ, ଆଗକୁବିରୋଧୀ ଦଳ ନେତା, ସବୁ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିବେ ରାଜ୍ୟପାଳବିଧାୟକଙ୍କୁ ଡାକି ବିଭିନ୍ନ ନିର୍ବାଚନମଣ୍ଡଳୀର ବିକାଶ ସମ୍ପର୍କରେ ଆଲୋଚନା କରିବେକେବଳ କାଗଜପତ୍ରରେ ନୁହେଁ, ତୃଣମୂଳସ୍ତରରେ କେମିତି ଲୋକଙ୍କ କାମ ହେଉଛି ତଦାରଖ କରିବେ ରାଜ୍ୟପାଳ । ସେପଟେ ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝୁଥିଲେ ବିକାଶର କାମ ମଧ୍ୟ ଦେଖୁଥିଲେ। ତେଣୁ ଏବେ ନୂଆ ରାଜ୍ୟପାଳ କେ ହରିବାବୁ କମ୍ଭମପାଟି ମଧ୍ୟ ସମାନ ରାସ୍ତାରେ।



