ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ବୈଠକ

ତାଳଚେର ୨୭/୭ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ପକ୍ଷରୁ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଁ. ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ମଙ୍ଗଲମ୍ ହଲ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ଆଜିର ଆଲୋଚନାରେ ଗତ ବର୍ଷ ଗୁରୁଦିବସ ପାଳନ ର ସମୀକ୍ଷା କରିବା ପରେ ଆଗମୀ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ କୁ କିପରି ଭାବରେ ପାଳନ କରାଯିବ ସେଥିନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷ , ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବା ସହ ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଵଂ ପୂର୍ବ ବର୍ଷ ଠାରୁ କିପରି ଅଧିକ ଉନ୍ନତ ମାନର କାର୍ଯକ୍ରମ କରାଯିବ ସେଥି ନେଇ ଉପସ୍ଥିତ ଅନୁଷ୍ଠାନର ସଦସ୍ୟ ମାନେ ନିଜର ମତାମତ ପ୍ରଦାନ କରିଥଲେ । ଅନୁଷ୍ଠାନ ର ସାଧାରଣ ସମ୍ପାଦକ ତଥା ଅବସର ପ୍ରାପ୍ତ ଅଧ୍ୟାପକ ସ୍ବର୍ଗତ ଡ଼ଃ ନିମାଇଁ ଚରଣ ପ୍ରଧାନ ଙ୍କ ଗତ କିଛି ଦିନ ତଳେ ପରଲୋକ ଗମନ କରିଥିବା କାରଣରୁ ତାଙ୍କ ଆତ୍ମାର ସଦ୍ଘତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଵଂ ତାଙ୍କ ସ୍ଥାନ ପୂରଣ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଥିବା ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କୁ ଚଳିତ ବର୍ଷ ପାଇଁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା ବେଳେ ତାଙ୍କ ସ୍ଥାନରେ ସଭାପତି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ଉପେନ୍ଦ୍ର ପରିଡ଼ା ଙ୍କୁ ମୋନୋନିତ କରାଯାଇଥିଲା । ସେହିପରି ଅବସରପ୍ରାପ୍ତ ଖମାର କଲେଜ ଅଧକ୍ଷ ସରୋଜ ପ୍ରଧାନ ଙ୍କୁ ସମୀକ୍ଷକ ଭାବେ ଚୟନ କରାଯାଇଥିଲା । ତେବେ କୋଷାଧ୍ୟକ୍ଷ ସଞ୍ଜୟ କୁମାର ସାହୁ ପୂର୍ବ ଭଳି ପୁଣି ଦାୟିତ୍ବ ତୁଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଵଂ କାର୍ଯକ୍ରମ ର ସୂ ପରିଚାଳନା କରିବା ପାଇଁ, ଅର୍ଥ , ଡ୍ରାଫ୍ଟଟିଂ କମିଟି ସହ ଭିନ୍ନ ଭିନ୍ନ କମିଟି ଗଠନ କରାଯାଇଥିଲା । ଏହି ସବୁ କମିଟିରେ ଅନେକ ଅନୁଭବି ବ୍ୟକ୍ତି ଗତ ବିଶେଷ ଙ୍କୁ ଚୟନ କରାଯାଇଛି । ଏହି ବୈଠକ ରେ ତାଳଚେର କଲେଜ ର ପୂର୍ବତନ ଅଧକ୍ଷ ଅଶୋକ ଶର୍ମା , ଲିଗାଲ ଆଡଭାଇଯର ନିର୍ମଳ ତ୍ରୀପାଠୀ ପ୍ରମୁଖ ଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ,ଗୋପାଳ ନାଏକ , ଯୁବନେତା ଦିନେଶ ପ୍ରଧାନ ,କଣିହାଁ ବ୍ଲକ ଅଧ୍ୟକ୍ଷ ରାମ କୃଷ୍ଣ ପ୍ରଧାନ ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ , ଡଃ ରଶ୍ମି ରଞ୍ଜନ ମିଶ୍ର , ବିମଳ ମିଶ୍ର , ବରିଷ୍ଟ ଓକିଲ ଅଜୟ ମିଶ୍ର , ଶୋଭଗିନି ଦେବୀ, ନିର୍ମଳ ସାହୁ ,ତପନ କୁମାର ମହାରଣା , ପ୍ରକାଶ ସାହୁ , କୁଶ ବିହାରୀ ସାମଲ , ଜ୍ୟୋତି ରଂଜନ ଦାସ ଙ୍କ ସମେତ ଅଭିଭକ୍ତ ଢେଙ୍କାନାଳ ଅନୁଗୁଳ ଜିଲ୍ଲାର ପାଲ ଲହଡ଼ା , ଖମାର ପର୍ଜଙ୍ଗ ହିନ୍ଦୋଳ ଅନୁଗୁଳ ତାଳଚେର ଛେଣ୍ଡିପଦା ଅଞ୍ଚଲରୁ ବହୁ ଆମ ପ୍ରତିଭା ଆମ ପରିଚୟ , ଆମ ପ୍ରତିଭା ଆମ ସମ୍ମାନ , ଆମ ପ୍ରତିଭା ଆମ ଗର୍ବ ର ସଦସ୍ୟ ମାନେ ଯୋଗ ଦେଇଥିଲେ ।



