
ଭାରତୀୟ ମଜଦୁର ସଂଘ ବାର୍ଷିକ ଜ଼ିଲ୍ଲା ସମ୍ମିଳନୀ ପାରାଦ୍ୱୀପ ପୋର୍ଟ କ୍ଲବ ସମିଳନୀ କକ୍ଷ ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଭାରତୀୟ ମଜଦୁର ସଂଘ ଜ଼ିଲ୍ଲା ସଭାପତି ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ବାଦଲ କୁମାର ମହାରଣା ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ କଟକ ବିଭାଗ ପ୍ରଭାରୀ ବସନ୍ତ କୁମାର ସାହୁ, ସଂମ୍ମାନିତ ଅତିଥିଭାବେ ପାରାଦ୍ୱୀପ ପୋର୍ଟ ପ୍ରଥମ ଟ୍ରଷ୍ଟି ଶ୍ରୀକାନ୍ତ କୁମାର ରାୟ, ଭାରତୀୟ ମଜଦୁର ସଂଘ ପାରାଦ୍ୱୀପ ସଭାପତି ରାକେଶ କୁମାର ପଟ୍ଟନାୟକ, ପାରାଦ୍ୱୀପ ପୋର୍ଟ ମଙ୍ଗଳ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ଭାରତୀୟ ମଜଦୁର ସଂଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନଳିନୀ ପ୍ରଭା ଦାଶ, ରାଜ୍ୟ ସଭାନେତ୍ରୀ ଯୋଗମାୟା ନନ୍ଦ ପ୍ରମୁଖ ଯୋଗଦେଇଥିଲେ | ଏହି ଉପଲକ୍ଷେ ସମାଜରେ ନିଷ୍ଠାପର ଉଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ ଗଗନ ବିହାରୀ ସାହୁ, ପ୍ରଶାନ୍ତ କୁମାର ରାଉତ, ତପନ କୁମାର ରାଉତରାୟ, ମନୋରମା ଖଟୁଆ, ଈଶ୍ୱର ଚନ୍ଦ୍ର ଦାସ ପ୍ରମୁଖ ଙ୍କୁ ସେବା ସଂମ୍ମାନ ରେ ସଂମ୍ମାନିତ କରାଯାଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




