*ଜିଲ୍ଲାସ୍ତରୀୟ ଏଚ୍ଆଇଭି ଏଡ଼ସ୍ କୁଇଜ୍ ପ୍ରତିଯୋଗିତା*
ବରଗଡ଼:(ପବିତ୍ର ମେହେର)::ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସୋସାଇଟି ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାରେ ଜୁନିଅର୍ ରେଡ଼କ୍ରସ୍ ଶାଖା ପକ୍ଷରୁ ଏଚ୍ଆଇଭି ଏଡ଼ସ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ସ୍ଥାନୀୟ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତି ସୁନl ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ,ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଶ୍ରୀଯୁକ୍ତ ବିନୟ ବେହେରା ଏବଂ ଜିଲ୍ଲା ଜୁନିଅର୍ ରେଡ଼କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କୁଇଜ୍ ପ୍ରତିଯୋଗିତାରେ ଜିଲ୍ଲାର ବାର ଗୋଟି ବ୍ଲକରୁ ମୋଟ ୨୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସତୀହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭଟଲିର ଛାତ୍ରୀ ମାମାଲି ମେହେର,ତୋରା ସରକାରୀ ଉଚ୍ଚ ବିଦ୍ୟାଳୟର ଛlତ୍ର ଅଙ୍କିତ ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।ପ୍ରତିଯୋଗିତାକୁ ସଫଳ ରୂପାୟନ ଦେଇଥିଲେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ,ବଲାଙ୍ଗୀର ଜିତେନ୍ଦ୍ର ବିଶ୍ବାଳ। ବରଗଡ଼ ଜିଲ୍ଲା ଆଇସିଟିସି ସୁପରଭାଇଜର ପ୍ରଶାନ୍ତ ନନ୍ଦ,ଜିଲ୍ଲା ତାଲିମ୍ ପ୍ରାପ୍ତ ଫାଷ୍ଟ୍ ଏଡର୍ ସେବl ବିନିମୟ ଯୁକ୍ତା ବାରିକ, ଭଟଲି ବ୍ଲକ୍ କୋ ଓର୍ଡିନେଟର ଜ୍ୟୋତ୍ସ୍ନା ମହାନନ୍ଦ, ଗାଇସିଲେଟ ବ୍ଲକ୍ ସେକ୍ରେଟାରୀ କଂଗ୍ରେସ ପଧାନଙ୍କ ସମେତ ପ୍ରଦୀପ କୁମାର ପଧାନ,ସଞ୍ଜୟ କୁମାର ଦାସ, ସୁରେଖା ସେଠ,ଅଜିତ ଭୋଇ, ନିଲିମା ପଧାନ କାଉନସିଲର ଭାବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।



