ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ବରଗଡ:୨୮/୭(ପବିତ୍ର ମେହେର) “ପ୍ରକୃତିଃ ରକ୍ଷତି ରକ୍ଷିତା” ଅର୍ଥାତ୍ ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା।ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣ ପ୍ରତି ଶିକ୍ଷାର୍ଥୀମାନଙ୍କୁ ଅବଗତ ଓ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ , ଭୁକ୍ତାରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଚଳିତ ବର୍ଷର ପ୍ରସଙ୍ଗ “ଜୈବ ବିବିଧତାର ସୁରକ୍ଷା, ଉଜୁଡ଼ା ପରିସଂସ୍ଥାର ପୁନରୁଦ୍ଧାର ଏବଂ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ବିଶ୍ଵବ୍ୟାପୀ ସହଯୋଗର ଜରୁରୀ ଆବଶ୍ୟକତା “ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ପ୍ରଦାନ କରିବା ସହିତ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପ୍ରକୃତି ସଂରକ୍ଷଣ ସମ୍ପର୍କିତ ଛାୟାଚିତ୍ର ପ୍ରଦର୍ଶନ କରିଥିଲେ।ଶିକ୍ଷକ ତେଜରାମ ସା ,ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ, ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ଅନୀତା ପଧାନଙ୍କ ସମେତ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍ ଓ ୟୁଥ୍ ଆଣ୍ଡ ଇକୋ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




