
ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଯାଜପୁର,୨୯/୦୭ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସମସ୍ୟା ଓ କେତେକ ନାର୍ଯ୍ୟ ଦାବିନେଇ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ଶାଖା ନିଷ୍ପତ୍ତି କ୍ରମେ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ହରିହର ସ୍ୱାଇଁ ଙ୍କ ନେତୃତ୍ୱ ରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା! ପ୍ରଚଳିତ ସ୍ୱାସ୍ଥ୍ୟ ବିମା ଯୋଜନାକୁ ୫ରୁ ୧୦ ଲକ୍ଷକୁ ବୃଦ୍ଧି ସହିତ ସେଥିରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ବ ସନ୍ତାନଙ୍କୁ ସାମିଲ,ବୃଦ୍ଧ ସାମ୍ବାଦିକ ମାନଙ୍କୁ ଦେଶର ଅନ୍ୟ ୧୮ଟି ରାଜ୍ୟପରି ମାସିକ ୧୫ ହଜାର ଟଙ୍କା ପେନସନ ପ୍ରଦାନ,ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପରି ଦାବି ପୁରଣ ପାଇଁ ଏହି ଦାବିପତ୍ର ଜିଲ୍ଲାପାଳ ଅମ୍ବର କୁମାର କର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଅଛି! ଜିଲ୍ଲା ସଭାପତି ହରିହର ସ୍ୱାଇଁ,ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ରଙ୍ଗବଲଭ ସାହୁ,ପ୍ରଦୀପ ଚାନ୍ଦ,ପବିତ୍ର ମହାନ୍ତି,ଜୟପ୍ରକାଶ ନାୟକ,ସତ୍ୟରଂଜନ ସାହୁ,କଳ୍ପତରୁ ପଣ୍ଡା,ସଂଜୟ କର,ଦିବ୍ୟକାନ୍ତ କର,କପିଳେନ୍ଦ୍ର ରାଉତ,ଅଶୋକ ଦାସ,ଶୁବାଷିସ ରାଉତ,ଶରତ ଚନ୍ଦ୍ର ଦାସ,ଯଂଜ୍ଞଦତ୍ତ ତ୍ରିପାଠୀ,ମନୋଜକୁମାର ନାୟକ,ପ୍ରକାଶ ସାହୁ,ବାନ୍ଥାନିଧି ସାହୁ,ହିମାଂଶୁ ପାଢ଼ୀ, ଦେବାଶିଷ ସାହୁ,ସୁରେଶ କୁମାର କର,ଲିଙ୍ଗରାଜ ସାହୁ,ଅବିନାଶ ସ୍ୱାଇଁ,ପ୍ରଦୀପ ଜେନା,ଅଜୟ ବେହେରା,ଦର୍ଶନ ବେହେରା,ବିଦ୍ୟାଧର ବେହେରା,ଭରତ ନାୟକ ,ସତ୍ୟବ୍ରତ ନାୟକ,ଅଜୟ କୁମାର ମିଶ୍ର,ଶୁବାଶିଷ ଦାସ ମହାପାତ୍ର,ମନୋରଞ୍ଜନ ମଲ୍ଲିକ,ପ୍ରତାପ କୁମାର ମଲ୍ଲିକ,ସୀତାଂଶୁ ଜେନା,ଜ୍ୟୋତି ପ୍ରକାଶ ମିଶ୍ର,ପ୍ରମୁଖ ନୂତନ ଜିଲ୍ଲାପାଳଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।




