ଟାଟା ଷ୍ଟିଲ ମେରାମଣ୍ଡଳୀରେ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ତମ ଜୟନ୍ତୀ

ଢେଙ୍କାନାଳ, ଜୁଲାଇ ୨୯, ୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀରେ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।
ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ସଭାରେ ଟାଟା ଷ୍ଟିଲ ମେରାମଣ୍ଡଳୀର ଅପରେସନ୍ସ ଭାଇସ ପ୍ରେସିଡେଣ୍ଟ ଉତ୍ତମ ସିଂଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ସାମିଲ ହୋଇ ଜେ.ଆର.ଡି. ଟାଟାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଜେ.ଆର.ଡି. ଟାଟାଙ୍କ ଜୟନ୍ତୀ ଉପଲକ୍ଷେ ଟାଟା ଷ୍ଟିଲ ମେରାମଣ୍ଡଳୀ ଟାଉନସିପ ଭିତରେ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା, କ୍ୱିଜ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା ।




