ବଡ଼ବିଲ ଥାନାଅନ୍ତର୍ଗତ କାରାଖେଣ୍ଡରା ଗ୍ରାମରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡବିଲ ରେଞ୍ଜ ଅଧିନସ୍ଥ ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଗ୍ରାମର ଲୁଣ୍ଡୁ ମୁଣ୍ଡାଙ୍କୁ ହାତୀ ଦଳିଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ସୋମବାର ରାତିରେ ୨ଟି ହାତୀ ବାଡିକୁ ଆସି କଦଳୀ ଗଛ ଖାଉଥିବା ବେଳେ କିଛି ଲୋକ ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏତିକିରେ ହାତୀମାନେ ଓଲଟା ତାଙ୍କୁ ଗୋଡ଼ାଇ ଥିଲେ। ଫଳରେ ଲୁଣ୍ଡୁ ହାତୀ ହାବୁଡରେ ପଡି ଯିବାରୁ ହାତୀମାନେ ତାଙ୍କୁ ଗୋଡରେ ଦଳି ଦେଇଥିଲେ। ସୂଚନା ପାଇ ବଡ଼ବିଲ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



