୨ୟ ଅଭିଭାବକ ଶିକ୍ଷକ ବୈଠକ-୨୦୨୫★ବିଦ୍ୟାଳୟର ନାମ- ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରାଜ୍ୟ ସରକାରଙ୍କ ଯୋଜନା ଆଧାରରେ ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ୨ୟ ଅଭିଭାବକ ଶିକ୍ଷକ ବୈଠକ’ ଅଦ୍ୟ ତା ୩୦.୦୭.୨୫ ରିଖ (ବୁଧବାର) ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଅନୁଷ୍ଠିତ ହୋଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଭୁବନ ବ୍ଲକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନନୀୟା ମିନତୀ ଦେହୁରୀ ମହୋଦୟାଙ୍କ ସଭାପତିତ୍ୱରେ ଆଜିର କାର୍ଯ୍ୟକ୍ରମ ଟି ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଏହି ବୈଠକରେ ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ ଜଣ ଅଭିଭାବକ ଓ ଅଭିଭାଵିକା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।ଏହାପରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଆଜିର କାର୍ଯ୍ୟକ୍ରମର ମୁଖ୍ୟ ସଭାପତି ମିନତୀ ଦେହୁରୀ ମହୋଦୟା ବୈଠକରେ ବିଭିନ୍ନ ଶୈକ୍ଷିକ ପ୍ରସଙ୍ଗ ଯଥା- ଆସ ସ୍କୁଲ ଯିବା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମା’ଙ୍କ ପାଇଁ ଗଛଟିଏ ,କୈଶୋର ଛାତ୍ରଛାତ୍ରୀଙ୍କ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ସ୍ବଚ୍ଛତା ପକ୍ଷ,ସୁରଭି,ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ, ଛାତ୍ରଛାତ୍ରୀ ଙ୍କ ଶୈକ୍ଷିକ ପ୍ରଗତି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ତଥା ଛାତ୍ରଛାତ୍ରୀ,ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବୈଠକରେ ଅଭିଭାବକ ଓ ଅଭିଭାବିକା ମାନେ ନିଜ ପିଲାଙ୍କର ଶୈକ୍ଷିକ ପ୍ରଗତି ନିମନ୍ତେ ସ୍ୱଅଭିମତ ଉପସ୍ଥାପନ କରିଥିଲେ। ବୈଠକ ଶେଷରେ ଉପସ୍ଥିତ ଅଭିଭାବକ ଓ ଅଭିଭାବିକାଙ୍କୁ ବିଦ୍ୟାଳୟ ତରଫରୁ ତିଥି ଭୋଜନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଂଯୋଜନା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ କରିଥିବା ବେଳେ କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ଧନ୍ୟବାଦ ପ୍ରଦାନ କରିଥିଲେ।

March 11, 2026/
No Comments


