ଭୂବନେଶ୍ୱର, ୩୧/୦୭ : ଖୁବଶୀଘ୍ର ସ୍ବତନ୍ତ୍ର ହେବ ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଲିକ ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି।
ତେଣୁ ଏଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଆଗକୁ କିପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ସ୍ୱଚ୍ଛତା ସହ ପରୀକ୍ଷା ହେବ ପାଇଁ ଯୋଜନା କରାଯାଉଛି। ଖୁବଶୀଘ୍ର ପୁଣି ଥରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


