ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ବୈଠକ
ଢେଙ୍କାନାଳ, ୩/୮: ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଫିସର ସଂଘର ‘ବନ୍ଧୁତ୍ବ’ ଦିବସ ଅବସରରେ ଏକ ଆଲୋଚନା ବୈଠକ ଶ୍ୟାମାଚରଣପୁର ‘ଶେୟାର’ ସେଚ୍ଛାସେବୀ ଅନୁଷ୍ଠାନ ଅତିଥି ଭବନ ଠାରେ ଅକ୍ଷୟ କୁମାର ସାହୁଙ୍କ ସଭାପିତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଶ୍ରୀ ସାହୁ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ପ୍ରାୟ ୫୦ ଜଣ ସଭ୍ୟସଭ୍ୟା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସଂଘର ପରବର୍ତି କାର୍ଯ୍ୟକ୍ରମ ଉପରେ ବହୁ ଆଲୋଚନା ହୋଇ ପରସ୍ପର ମଧ୍ୟରେ କିପରି ପାରିବାରିକ ସଂପର୍କ ବଢିବ ଏବଂ ସମସ୍ତେ ସମସ୍ତଙ୍କର ସୁଖ ଦୁଃଖରେ ଭାଗିଦାରୀ ହୋଇପାରିବେ ସେ ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ପରେ ଏକ ପାରିବାରିକ ବନ୍ଧୁମିଳନ ପାଇଁ ଆସନ୍ତା ନଭେମ୍ବର ମାସରେ ହେବା ନିମନ୍ତେ ସ୍ଥିର କରାଗଲା । ସମସ୍ତ ସଭ୍ୟମାନେ ନିଜର ପରିଚୟ ପତ୍ର ପାଇବା ପାଇଁ ଦରଖାସ୍ତମାନ ଦେଇଥିଲେ, ଯାହା ଡି.ଜି. ପୋଲିସ୍ଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଗଲା । ନୂତନ ସଭ୍ୟମାନେ ପରିଚୟ ପତ୍ର ଦେବା ସଙ୍ଗେ ସଙ୍ଗେ ସଂଘର ଉଦ୍ଦେଶ୍ୟ ବିଷୟରେ ଅନୁଗତ ହେଲେ । ଉକ୍ତ ସଭାରେ ପ୍ରଦୀପ କୁମାର ମିଶ୍ର, ଗୋବର୍ଦ୍ଧନ ସାହୁ, କୁଞ୍ଜ ବିହାରୀ ପାଣି ଓ ଅନ୍ୟମାନେ ସ୍ୱାଗତ ଭାଷଣ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ।



