ଭଟଲିରେ ଝୁଲଣ ଯାତ୍ରା ଆରମ୍ଭ
ଭଟଲି,୬/୮(ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପୂଣ୍ୟ ପବିତ୍ର ଭଟଲି ଧାମ ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଅଛି । ଏହି ଝୁଲଣ ଯାତ୍ରା ପରମ୍ପରାକ୍ରମେ ଶ୍ରାବଣ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦା ତିଥିରେ ସମାପନ ହୋଇଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସନ୍ଧ୍ୟା ଧୂପ ପୂଜା ନୀତି ପୂର୍ବରୁ ମହାପ୍ରଭୁ ଶ୍ରୂୀ ଦଧିବାମନଙ୍କ ଆଜ୍ଞାମାଳ ନେଇ ପ୍ରଭୁଙ୍କର ଚଳନ୍ତି ପ୍ରତିମା ରାଧାକୃଷ୍ଣ ଶ୍ରମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ଭକ୍ତମାନଙ୍କ ସଂକୀତ୍ତନ୍ୟ, ହରିବୋଲ, ହୁଳହୁଳି ମଧ୍ୟରେ ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରସ୍ଥ ଝୁଲଣ ମଣ୍ଡପରେ ବିଜେ କରିଥିଲେ । ପରେ ଝୁଲଣ ମଣ୍ଡପରେ ବିଧିବିଧାନ ସହ ମଙ୍ଗଳ ଆରତୀ ଶେଷ ହେବା ପରେ ଭକ୍ତମାନେ ଦୋଳି ଗୀତ ଗାଇ ମହାପ୍ରଭୁଙ୍କୁ ଦୋଳିରେ ଝୁଲାଇ ଥିଲେ । ଶ୍ରାବଣ ମାସରେ ପ୍ରଭୁଙ୍କୁ ଝୁଲଣ ମଣ୍ଡପରେ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଲୋକମାନଙ୍କ ମନରେ ବିଶ୍ୱାସ ରହିଛି । ଏହି ଅବସରରେ ଭଟଲି ଅଞ୍ଚଳ ତଥା ପାଖ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା ।

April 16, 2026/
No Comments


