ପେସାରେ ଯାଦୁଗର ନିଶାରେ ବୃକ୍ଷ ରୋପଣ..

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗୁଲେହି ପଂଚାୟତ ବଙ୍ଗୁ ଗ୍ରାମର ବିମଳ ବିଶ୍ୱାଳ. ଯିଏ ସମଗ୍ର ଓଡ଼ିଶାର ବିଭିର୍ଣ ପଂଚାୟତ,ବ୍ଲକ,ଜିଲ୍ଲା ଓ ରାଜଧାନୀ ରେ ଯାଦୁ ଦେଖାଇ ଲୋକମାନଙ୍କୁ ବିମୋହିତ କରନ୍ତି. ଅନେକ ସଂସ୍ଥା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଠାରୁ ଅନେକ ପୁରସ୍କାର ପାଇଛନ୍ତି..ମାତ୍ର ଦର୍ଶକଙ୍କୁ ଖୁସି କରିବା ବ୍ୟତୀତ ସରକାରଙ୍କ ବିଭିର୍ଣ ଯୋଜନାକୁ ଲୋକମାନଙ୍କୁବାର୍ତ୍ତା ଦେଇଥାନ୍ତି ଯାଦୁ ମାଧ୍ୟ୍ୟମରେ.. ପେସାରେ ସିନାଯାଦୁଗର କିନ୍ତୁ ନିଶାରେ ଗଛ ପ୍ରେମ ଦେଖିବାକୁ ମିଳେ..ହିନ୍ଦୋଳରେ ହାତୀ ଆତଙ୍କ ଚାଲିଥିବା ବେଳେ, ହାତୀମାନେ କିପରି ଗାଁ ମୁଁହା ନ ହେବେ, ତାଙ୍କ ପାଈଁଯଦି ଜଙ୍ଗଲରେ ଖାଦ୍ୟର ଅଭାବ ନହୁଏ, ସେଇଥିପାଇଁଲୋକ ମାନଙ୍କୁସଚେତନ କରି ଗାଁ ରେ ଥିବା ଜାଗା ଗୁଡିକରେ ଅନେକ ଗଛ ଲଗାଉଛନ୍ତି..ଏଇଥିପାଇଁ କୌଣସି ସରକାରୀ ସାହାଯ୍ୟ ନେଇ ନାହାନ୍ତି.ଆଗକୁ ହିନ୍ଦୋଳ ର ବିଭିର୍ଣ ପଞ୍ଚାୟତ ରେଗଛ ଲଗାଇ ପରିବେଶ କୁ ସୁସ୍ଥ ରଖିବା ଓ ବିଭିର୍ଣଫଲଗଛ ଲଗାଇବା ଯୋଗୁଁ ଲୋକମାନଙ୍କୁ କିଛି ରୋଜ ଗାରମିଳିଯିବ ବୋଲି ସେ କହିଛନ୍ତି.ତେଣୁ ତାଙ୍କୁ ସରକାରଙ୍କ ତରଫରୁ କିଛି ଫଳ ଗଛ, ବାଉଁଶ ଗଛ,ଯୋଗାଇଦେବାପାଈଁ ଜନ ସା ଧାରଣଦାବି କରିଛନ୍ତି..ଏଭଳି କାର୍ଯ୍ୟ ପାଈଁ ଗାଁ ରେ ଓ ସାରା ରାଜ୍ୟରୁପ୍ରଶଂସା ର ସୁଅ ଛୁଟୁଛି..



