ବିଜୁଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଓ DGଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନା ଯୋଗୁ ଆଜି ଅସୁରକ୍ଷିତ ଓ ଅସହାୟ ବୋଧ ମନେହୁଏ ଆଜିର ନାରୀ ସମାଜ। ଯାହାକୁ ନେଇ ବିଗତ ଦିନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ ସଭା କରିବା ସହ ଓ ଓଡ଼ିଶା ବନ୍ଦ୍ ର ମଧ୍ୟ ଡାକରା ଦିଆଯାଇଥିବା ଦେଖିବାକୁ ମିଳିଥିଲା ଏବଂ ନାରୀ ନିର୍ଯାତନା ବିରୋଧରେ ଓ ନାରୀ ସମାଜକୁ ସୁରକ୍ଷା ଦାବୀ ନେଇ ଆଜି ରାଜ୍ୟବ୍ୟାପି ବିଜୁଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଯାଇଛି। ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ମାନେ ଶତାଧିକ ସଂଖ୍ୟାରେ ଏକ ପ୍ରତିବାଦ ସଭା କରିବା ସହ ଏକ ରାଲି ମାଧ୍ୟମରେ ବଡ଼ବିଲ ଡାକ ବଙ୍ଗଳା ଛକରୁ ବଡ଼ବିଲ ଥାନାକୁ ଯାଇ ବିଭିନ୍ନ ନାରାବାଜି କରିବା ସହ ରାଜ୍ୟ ପୋଲିସ୍ DG ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ





