୮କେଜି ଗଞ୍ଜେଇ ଜବତ ଦୁଇ ଗିରଫ
ତାଳଚେର, ୦୫/୦୮ ଆଜି ତାଳଚେର ଅବକାରୀ ବିଭାଗ ପକ୍ଷରୁ ପୃତକ ପୃଥକ ଭାବେ ଚଢ଼ାଉ କରାଯାଇ ଆଠମଲ୍ଳୀକ ଅଂଚଳର ବୁଦ୍ଧୁ ବେହେରା (୨୩) ତାଳଚେର ବସଷ୍ଟାଣ୍ଡ ନିକଟରୁ ୪କେଜି ଶହେ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ସେହିଭଳି ବଉଦ ଅଂଚଳର ଭରତ ବେହେରା (୩୮)ଙ୍କ ନିକଟରୁ ୪କେଜି ଗଞ୍ଜେଇ ସ୍ଥାନୀୟ ପବିତ୍ରନଗର ଛକରୁ ଜବତ କରିଥିବା ଘଟଣା ମାଫିଆଙ୍କ ମନରେ ଆତଙ୍କ ଖେଳିଯାଇଛି । ଘଟଣାରୁ ପ୍ରକାଶ ଆଜି ଅବକାରୀ ବିଭାଗ ଅଧିକାରୀ ଉମାକାନ୍ତ ସ୍ୱାଇଁ କୌଣସି ସୂତ୍ରରୁ ଖବର ପାଇ ବସଷ୍ଟାଣ୍ଡ ଠାରେ ଆତର୍କିତ ଚଢ଼ାଉ କରି ଗଞ୍ଜେଇ ବେପାରୀକୁ ଧରିବାରେ ସଫମ ହୋଇଥିବା ବେଳେ ସେହିଳଭଳି ସ୍ଥାନୀୟ ପବିତ୍ର ନଗର ଠାରେ ଓଆସି ହାତିଆ ବେହେରା ଚଢ଼ାଉ କରି ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ କରିବା ସହ ଉକ୍ତ ଦୁଇଜଣ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଆଠମଲ୍ଲୀକ ଓ ବଉଦ ଅଂଚଳରୁ ଉକ୍ତ ଗଞ୍ଜେଇ ବେପାରୀ ତାଳଚେର ଅଂଚଳକୁ ଆସି ବିଭିନ୍ନ ସ୍ଥାନରେ ଅତି ଚତୁରତା ସହ ଗ୍ରାହକମାନଙ୍କୁ ଗଞ୍ଜେଇ ବିକ୍ରି କରିବାକୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଅନୁମାନ କରାଯାଏ ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ଲକ୍ଷ ଟଙ୍କା ହେବ ଜଣାପଡ଼ିଛି ।

May 4, 2026/
No Comments


