ଗଣ୍ଡଗୋଳକୁ ୨୪ଘଂଟା ପୂରଣ ହୋଇଥିଲେ ମଧ୍ୟ ପୋଲିସ୍ ହାତଖାଲି
ତାଳଚେର, ୦୯/୦୮ ଗତକାଲି ତାଳଚେର ପୌରପରିଷଦ ବାପୁଜୀ ନଗରର ରିକେନ ନାଏକ ନାମକ ଏକ ଯୁବକ ସେହି ନିକଟରେ ôଥିବା ଧର୍ମେନ୍ଦ୍ର ବେହେରାଙ୍କ ଦୋକାନକୁ ଆସି ସିଗାରେଟ ପିଇବାକୁ ଦିଆସିଲ ମାଗିଥିଲା । ମାତ୍ର ଦୋକାନୀ ଧର୍ମେନ୍ଦ୍ର ବେହେରା ଦିଆସିଲ ଦେବାରେ ବିଳମ୍ବ ହେବାରୁ ତାଙ୍କୁ ଅକଥୀୟ ଗାଳିଗୁଳଜ କରିବା ସହିତ ମାରଧର କରିଥିଲା ବୋଲି ଦୋକାନୀ ଶ୍ରୀ ବେହେରା ତାଳଚେର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସେ ଏହା ପ୍ରକାଶ କରିଛନ୍ତି । ମାତ୍ର ୨୪ଘଂଟା ହୋଇଥିଲେ ହେଁ ତାଙ୍କୁ ଏତଲା କପିର ନକଲ ମିଳିପାରି ନଥିବା ବେଳେ ଅଭିଯୁକ୍ତ ଗିରଫ ହୋଇପାରି ନାହିଁ ବୋଲି ଅଭିଯୋଗ ହୋଇଛି । ସେହିପରି ସେଠାରୁ ଯାଇ ସେହି ଅଭିଯୁକ୍ତ ଦୋକାନୀଙ୍କ ପଡ଼ୋଶୀକୁ ମଧ୍ୟ ମାରପିଟ୍ କରିବାରୁ ସୌଭାଗିନୀ ବେହେରା (୩୬)ଙ୍କ ଡ଼ାହାଣ ହାତ ଭାଙ୍ଗି ଯାଇଛି ବୋଲି ସେ କହିବା ସହ ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଦୁଇଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହିଁକି ଉକ୍ତ ଦୁଇଜଣଙ୍କୁ ଏତଲାର ନକଲ ଦେଇ ନାହିଁ ଓ ଅଭିଯୁକ୍ତକୁ ଗିରଫ କରିନାହିଁ ଉକ୍ତ ଦୁଇ ପରିବାର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ତୁରନ୍ତ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ତାଳଚେର ଏସଡ଼ିପିଓ ଏହାର ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


