
ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷ୍ୟରୁ ଆଜି ବରୁଣେଇ ବାଳିକା ଉଚ୍ଚ ବିଦ୍ୟାଳୟ, ବାଛୋଳ ଠାରେ ଗତ ଦ୍ଵିତୀୟ ପୁସ୍ତକ ମେଳାର ଆୟ ଓ ବ୍ୟୟର ଅନୁମୋଦନ କରାଯିବା ସହ ଆଗାମୀ ତୃତୀୟ ଖରସ୍ରୋତା ପୁସ୍ତକ ମେଳା ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ଷୋହଳ ତାରିଖରୁ ବାଇଶି ତାରିଖ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ଅବିଭକ୍ତ ଫତେପୁର ଗ୍ରାମ ପଞ୍ଚାୟତର ମଲ୍ଲିଆ ଯଜ୍ଞ ପଡ଼ିଆ ରେ ଅନୁଷ୍ଠିତ ହେବ ବୋଲି ମେଳା କମିଟିର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି. ଆଜିର ଏହି ପ୍ରଥମ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ଗ୍ରନ୍ଥାଗାର ସୁଶାନ୍ତ କୁମାର ନାୟକ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଧ୍ୟାପକ ଅଜୟ କୁମାର ଓଝା, ବରିଷ୍ଠ ଉପଦେଷ୍ଠା ତଥା ସ୍ତମ୍ବକାର ରବି ନାରାୟଣ ସାମଲ , କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ କବି ଜିତେନ୍ଦ୍ର କୁମାର ବେହେରା, ସାଙ୍ଗଠନିକ ସମ୍ପାଦକ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାସ, ଅନ୍ୟତମ ଉପଦେଷ୍ଠା ସନ୍ତୋଷ କୁମାର ବେଉରିଆ, ଅକ୍ଷୟ କୁମାର ସେଠୀ, ରମାକାନ୍ତ ନାୟକ, ଆଇନଜିବୀ ଅମ୍ବିକା ପ୍ରସାଦ ସାମଲ, ଦଶରଥ ସାହୁ, ଅର୍ଜୁନ ଚରଣ ଦାଶ , କୃଷ୍ନ ଚନ୍ଦ୍ର ଥାଟୋଇ, ପ୍ରମୋଦ ସାମଲ, ଖଗେଶ୍ଵର ସାହୁ, ଶିଶିର କୁମାର ଦାସ, ମଣ୍ଟୁ ବଳବନ୍ତରାୟ, ଦେବେନ୍ଦ୍ର ସାମଲ, ରତ୍ନାକର ସାହୁ, ଡାକ୍ତର ଭାଗ୍ୟରଥି ମଲ୍ଲିକ, ଆଲୋକ କୁମାର ଦାସ, ମହେନ୍ଦ୍ର କୁମାର ବାରିକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ବୋଲି ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ଗୁରୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।




