ପରିବେଶ ରକ୍ଷା ଓ ଜଙ୍ଗଲ ସୁରକ୍ଷା ପାଇଁ ଅଭିନବ ପ୍ରୟାଶ ଗଛରେ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପାଳନ କଲା ଅନଗୁଳ ସୁରକ୍ଷା ମଞ୍ଚ ଓ ପଛୁଆ ବର୍ଗ ମହାସଂଘ

ଅନୁଗୁଳ: ଆଜି ଅପରାହ୍ନରେ ରକ୍ଷାବନ୍ଧନ ଅବସରରେ ଅନଗୁଳ ପୂଜ୍ୟପୂଜା ଅନୁଷ୍ଠାନ ଓ ଅନୁଗୁଳ ସୁରକ୍ଷା ମଞ୍ଚ ପଛୁଆ ବର୍ଗ ମହାସଂଘ ଆନୁକୁଲ୍ୟରେ ପରିବେଶ ରକ୍ଷା ଓ ଜଙ୍ଗଲ ସୁରକ୍ଷା ନାରା ଦେଇ ମହିଳା ପୁରୁଷ ମାନେ ଗଛରେ ରାକ୍ଷୀ ବାନ୍ଧି ଜଙ୍ଗଲ ସୁରକ୍ଷା ଓ ଗଛ ନ କାଟିବା ପାଈଁ ଶପଥ ନେଇଥିଲେ। ବରିଷ୍ଠ ଉପଦେଷ୍ଟା ତଥା ଆବାହକ ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁ, ଅନୁଗୋଳ ସୁରକ୍ଷା ମଞ୍ଚ ଓ ପୂଜ୍ୟପୂଜା ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରବୋଧ କୁମାର ସ୍ବାଇଁ ଙ୍କ ତତ୍ବାବଧାନରେ ରେ ସୁସୁଡ଼ା ଶ୍ମଶାନ ପଡ଼ିଆ ଜମିରେ ସୃଷ୍ଟି ହୋଇଥିବା ଜଙ୍ଗଲରେ ରାଖିବାନ୍ଧି ଶହ ଶହ ମହିଳା ଓ ପୁରୁଷ ମାନେ ପରିବେଶ ରକ୍ଷା ଓ ଜଙ୍ଗଲ ସୁରକ୍ଷା ପାଈଁ ଶପଥ ନେଇଛନ୍ତି । ବୃକ୍ଷର ଉପକାରିତା ବିଷୟରେ ଶ୍ରୀ ସ୍ବାଇଁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ମହିଳା ସମାଜ ସେବୀ ଶ୍ରୀମତି ଗୀତାଞ୍ଜଳି ଭୋଇ, ଓ ଶ୍ରୀମତି ପଙ୍କଜିନି ନାଏକ ବୃକ୍ଷର ଉପକାରିତା ବିଷୟରେ ନିଜର ବକ୍ତର୍ବ୍ୟ ପ୍ରଦାନ କରିଥିଲେ। ଅନୁଗୋଳ ରୁ ସୁଧାକର ସାହୁ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


