ବଡ଼ବିଲ ପୌରାଞ୍ଚଳରେ ପାଳନ ହେଉଛି ଘର ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ପାଳନ ହେଉଛି ଘର ଘର ତ୍ରିରଙ୍ଗା ଓ ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମ। ଯାହାକି ଅଗଷ୍ଟ ଆଠ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ପନ୍ଦର ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ଯୋଜନା ରହିଛି।ଏହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ପୌରପାଳିକା ପକ୍ଷରୁ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା ତହସିଲ୍ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହିଥିବା ବେଳେ ତାଙ୍କ ସହ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ପୌରଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ପୌରପରିଷଦ କର୍ମଚାରୀ ସଫେଇ କର୍ମଚାରୀ ଏହି ଘର ଘର ତ୍ରିରଙ୍ଗା ଓ ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



