ପରିବହନ କାର୍ଯ୍ୟାଳୟରେ ପୋଡାଜଳା ସହ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଏକ ପରିବହନ କାର୍ଯ୍ୟାଳୟ ରେ କିଛି ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ହୁଏ ତା ସହିତ ଉକ୍ତ କାର୍ଯ୍ୟାଳୟ ରେ ଥିବା ବିଭିନ୍ନ ଗୁରୁତ୍ଵ ପୁର୍ଣ୍ଣ କାଗଜପତ୍ର ଓ ଆସବାବ କୁ ପୋଡ଼ିବା ସହ ଏକ ଲ୍ୟାବଟପ୍ କୁ ନେଇଯାଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ପରିବହନ ସଂସ୍ଥାର ଝରକା ଗ୍ରିଲ୍ ଭାଙ୍ଗି କାଲି ରାତି କିଛି ଦୁବୃର୍ତ୍ତ କଳାକନା ବୁଲାଇଛନ୍ତି। ସୂଚନା ପାଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ପିଁଗୁଆ ଓ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଜିଲ୍ଲା ସଦର ମହକୁମାରୁ ସାଇ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା। ଯେଉଁଭଳି ଭାବରେ ଟଙ୍କା ଲୁଟ ସହ କାଗଜପତ୍ର ପୋଡାଜଳା କରାଯାଇଛି ଏହା ଉଦ୍ଦେଶ୍ୟ ମୂଳକ ଭାବେ କରାଯାଇଥିବା ନେଇ ସନ୍ଦେହ ଜାତହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




