ନିଶା ମୁକ୍ତ ଭାରତ ଅଭିଯାନ

ଗନ୍ଦିଆ ବ୍ଲକ ସ୍ଥିତ ପିଙ୍ଗୁଆ ଡିଗ୍ରୀ କଲେଜ ଠାରେ ଅଧ୍ୟାପକ ଦିପ୍ତି ରଞ୍ଜନ ମହାଳିକ, ରାମଚନ୍ଦ୍ର ରାଉତ ଙ୍କ ସଭାପତିତ୍ବ ରେ ନିଶା ମୁକ୍ତ ଭାରତ ଅଭିଯାନ ଶପଥ ଗ୍ରହଣ ଉତ୍ସବ ଆଜି ତା – 13.08.2025 ରେ ପାଳିତ ହୋଇଯାଇଅଛି। ପ୍ରିୟ ର ନିର୍ଦ୍ଦେଶକ ଟଙ୍କଧର ବାରିକ କାର୍ଯ୍ୟକ୍ରମ ର ସାମ୍ୟକ ସୂଚନା ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ନିଶା ମୁକ୍ତ ଭାରତ ଗଠନରେ ଯୁବ ଶକ୍ତି ମାନେ ଆଗକୁ ଆସିବାକୁ ବୁଝାଇ କହିଥିଲେ। ଏହାକୁ ପ୍ରିୟ ର ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟଲକ୍ଷ୍ମୀ ତରାଇ, ଲକ୍ଷ୍ମୀପ୍ରିୟା ନାୟକ ପରିଚାଳନା କରିଥିଲେ।



