କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ଜୟନ୍ତୀ ପାଳିତ

କୁଚିଣ୍ଡା ୧୪/୮ – କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ଅଧ୍ୟକ୍ଷତା ରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ହୋଇଯାଇଅଛି। ପ୍ରାରମ୍ଭ ରେ ସମସ୍ତ ଅତିଥୀଗଣ କବି ଗଙ୍ଗାଧର ଙ୍କ ଫଟୋଚିତ୍ର ରେ ପୁଷ୍ପମାଳ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜଳନ କରିବା ପରେ ଛାତ୍ରୀମାନ ଦ୍ବାରା ଗଙ୍ଗାଧର ମେହେର ଙ୍କ ରଚିତ କବିତା ବିଶ୍ବ ଦେଖ ମଧୁମୟ ରେ ଜୀବନ କବିତା ଗାନ କରିଥିଲେ। ଏହି ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ରେ ଯୋଗ ଦେଇ ଓଡିଆ ସାହିତ୍ୟ ଉପରେ ସ୍ବଭାବ କବି ଗଙ୍ଗାଧର ଙ୍କ ଅବଦାନ ବିଷୟରେ ଉଦବୋଧନ ଦେଇଥିଲେ। ଲଇଡା ସ୍ଥିତ ଦୂତିକା ସାହୁ କଲେଜ ର ବରିଷ୍ଠ ଅଧ୍ୟାପିକା ଡକ୍ଟର ନିରୋଜ ନଳୀନି ପଧାନ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଗଙ୍ଗାଧର ଙ୍କ କବିତା କିଚକ ବଧ୍ ଓ ତପସ୍ବିନୀ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। । କୁଟୁରାଚୁଆଁ ନୋଡାଳ ହାଇସ୍କୁଳ ର ପ୍ରଧାନ ଶିକ୍ଷକ ଭବାନିଶଙ୍କର ନାଏକ,କଲେଜ ପରିଚାଳନା ସମିତି ର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ମେହେର କବିତା ବିଷୟରେ ଆଲୋକପାତ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିବା ସହ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ବାଗତ ଭାଷଣ ପ୍ରଧାନ କରିଥିଲେ। କଲେଜ ର ଛାତ୍ରି ମେନକା ଗରଡିଆ ଓ ପୂଜା ମାଝି ମେହେର କବିତା ବିଷୟରେ ମତପୋଷଣ କରିଥିଲେ। କଲେଜ ର ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞନ ନାଏକ,ଅଣଶିକ୍ଷକ ଜୟଦେବ ରାଉତ,ଅସିମ କୁମାର ପରୁଆ,ରଜତ ରାଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।



