ତାଳଚେରରେ ତ୍ରିରଙ୍ଗା ଶୋଭାଯାତ୍ରା

ତାଳଚେର, ୧୪/୦୮ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଯାଇଛି । କଲେଜର ଅଧ୍ୟକ୍ଷ ମେଜର ସୁବ୍ରତ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି, ଜେଲରୋଡ଼, ବିରାଦରପଡ଼ା, ବଡ଼ବଜାର, ତାଳଚେର ଥାନା ରୋଡ଼, ଚିତ୍ରକୂଟ୍ଟବଜାର, ଫାଷ୍ଟଗେଟ୍ ଓ ବାଇପାସ ଦେଇ କଲେଜରେ ସମାପ୍ତ ହୋଇଥିଲା । କଲେଜର ଛାତ୍ରଛାତ୍ରୀ ତ୍ରିରଙ୍ଗା ପତାକା ଧରି ଦେଶତ୍ମାକ ସଙ୍ଗୀତ ଗାନ କରିବା ସହ ଭାରତମାତା କି ଜୟ କହି ସାରା ସହର ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଳଚେର କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ସେହିଭଳି ତାଳଚେର ପୌରପରିଷଦ ପକ୍ଷରୁ ନଗରପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ସହର ପରିକ୍ରମା କରି ହରଘର ତ୍ରିରଙ୍ଗା ଶୋଭାଯାତ୍ରା ମଧ୍ୟ କରାଯାଇଥିଲା ।



