ଭୂଷିଡ଼ିବ ତାଳଚେର ରେଙ୍ଗାଳି ଦକ୍ଷିଣ କେନାଲକେନାଲ ହୁଡ଼ାରେ ମାଳମାଳ ଭାରୀଯାନ
ତାଳଚେର, ୧୪/୦୮ ସରକାର ଚାଷୀଙ୍କ ପାଇଁ ମହତ ଉଦ୍ଦେଶ୍ୟ ରଖି ବିଭିନ୍ନ ଜନକଲ୍ୟାଣ ଯୋଜନା ହାତକୁ ନେଉଥିବା ବେଳେ ଏହା ଅଣଦେଖା ଯୋଗୁଁ କେତେକ ଜାଗାରେ ସମ୍ପୂର୍ଣ୍ଣ ବିଫଳ ହେଉଛି । ଚାଷୀଙ୍କ ପାଇଁ ତାଳଚେର ସହର ମଧ୍ୟରେ କଂଗ୍ରେସ୍ ସରକାର ଅମଳରେ ରେଙ୍ଗାଳି ଦକ୍ଷିଣ କେନାଲ ନିର୍ମାଣ କରାଯାଇଥିଲାଏବଂ ଏହା ରକ୍ଷଣବେକ୍ଷଣ ଅଭାବରୁ ବର୍ତମାନ ଜରାଜିର୍ଣ୍ଣର୍ ଅବସ୍ଥାରେ ପଡ଼ିଛି । କିଛି କିଛି ସ୍ଥାନରେ ସୁରକ୍ଷା ବାଡ଼ ନଥିବା ବେଳେ ଆଉ କେତେକ ସ୍ଥାନରେ ରାସ୍ତା ପାଣି କେନାଲରେ ପଶୁଥିବା ଘଟଣାକୁ ଅସ୍ୱୀକାର କରିହେବ ନାହିଁ । ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧୧ ଚାଳିକୂଟ୍ଟା ସାହି ପଛପାଶ୍ୱର୍ରେ ରହିଥିବା ଏହି କେନାଲର ଲଗାଣ ବର୍ଷାରେ ଦୁଇଟି ସ୍ଥାନ ଭୂଷୁଡ଼ି ପଡ଼ିଥିବା ଦୃଶ୍ୟ ସେହି ଅଂଚଳରେ ଏକ ଭୟର ବାତାବରଣ ଖେଳାଇ ଦେଇଥିଲା ଓ ଏହି ଖବର ଗଣମାଧ୍ୟରେ ଖବର ପ୍ରକଶ ହେବା ପରେ ବିଭାଗୀୟ କର୍ତୁପକ୍ଷ ସେଠାରେ ଅସ୍ଥାୟୀଭାବେ ବାଲିବସ୍ତା ଦେଇଥିଲେ । ଏହି କେନାଲ ହୁଡ଼ାରେ ଗୋଡ଼ିବନ୍ଧ ବେଲପଡ଼ା ଗ୍ରାମ ଠାରୁ ଥର୍ମାଲ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରାଇଛି । ମାତ୍ର ଏହି ରାସ୍ତା ଉପରେ ଭାରୀଯାନ ଚଳାଚଳ ନିଷେଦ୍ଧ ଥିଲେ ମଧ୍ୟ ଏବେ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଯୋଗୁଁ ଏହି କେନାଲ ରାସ୍ତା ଦେଇ କେତେକ ଟ୍ରକ ଯାତାୟତ କରିବା ଫଳରେ କେନାଲ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସର୍ବସାଧାରଣ ଅଭିଯୋଗ କରୁଛନ୍ତି । ଦୀର୍ଘ ସମୟ ଧରି କେନାଲ ରାସ୍ତା ଉପରେ ମାଳମାଳ ଟ୍ରକ ଠିଆ ହୋଇ ରହୁଛନ୍ତି ଯାହା ଫଳରେ ରାସ୍ତାଟି ଖରାପ ହେବା ସହ ଧିରେଧିରେ ଧସିବାରେ ଲାଗିଛି ଏବଂ ଏହାକୁ ନେଇ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ କେନାଲ ଦାୟୀତ୍ୱରେ ଥିବା ଏସଡ଼ିଓଙ୍କୁ ପଚାରିବାରୁ ସେ କୁହନ୍ତି ଆମେ ଏହି ରାସ୍ତାଟିକୁ ଆରଡ଼ି ବିଭାଗକୁ ହସ୍ତାନ୍ତର କରିଦେଇଛୁ ଓ କେନାଲର ଉଭୟପାଶ୍ୱର୍ରେ ସୁରକ୍ଷା ବାଡ଼ ଦେବାକୁ ସରକାରଙ୍କୁ ଅର୍ଥ ପାଇଁ ଆବେଦନ କରାଯାଇଥିବା ବେଳେ ଆରଡ଼ି ବିଭାଗର ଜେଇଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି ବିଷୟରେ ଆମେ ଅବଗତ ନାହୁଁ ବୋଲି କହି ଦାୟିତ୍ୱ ମୁଣ୍ଡରୁ ହଟାଇ ଦେଇଥାନ୍ତି । ଏହି କେନାଲ ରାସ୍ତା ଉପରେ ଥର୍ମାଲ ଠାରୁ ଆରମ୍ଭକରି ସମଲ ପର୍ଯ୍ୟନ୍ତ ଛୋଟ ଯାନବାହାନ ଚଳପ୍ରଚଳ କରୁଥିବା ବେଳେ ଲମ୍ବା ଲାଇନ କରି ଏହି ଟ୍ରକ ଗୁଡ଼ିକୁ ରଖା ଯାଉଥିବାରୁ ପଥଚାରୀ ଓ ଗ୍ରାମବାସୀ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



