
ରାସୋଳ କୁମାର କ୍ଲବ ଦ୍ୱାରା ଆୟୋଜିତ ହାଟ ପଡିଆଠାରେ ଧୁମ ଧାମରେ ପାଳନ ହେଲା 79ତମ ସ୍ୱାଧୀନତା ଦିବସ

ହିନ୍ଦୋଳ :15/08/2025ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମପଂଚାୟତର ସବୁଠାରୁ ପୁରାତନ କୁମାର କ୍ଳବ ଦ୍ଵାରା ଆୟୋଜିତ 79ତମ ସ୍ୱାଧୀନତା ଦିବସ ଆଜି ସବୁ ବର୍ଷଭଳି ରାସୋଳ ହାଟପଡିଆଠାରେ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କୁ ନେଇ ଧୁମ ଧାମରେ ପାଳନ ହୋଇଯାଇଛି।

ଆଜିର ଏହି ପବିତ୍ର ଦିବସରେ ମୁଖ୍ୟଅତିଥି ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶାତ୍ମକ ଉଦବୋଧନ ପ୍ରଦାନ କରିଥିଲେ ଏବଂ ଆଜିର ଏହି ମହାନ କାର୍ଯ୍ୟରେ କୁମାର କ୍ଲବ ର ସଭାପତି ସଞ୍ଜୟ ଆଚାର୍ଯ୍ୟ, ସମ୍ପାଦକ ଲିଙ୍ଗରାଜ ସାହୁ, ପୂର୍ବତନ ବିଧାୟକ ମହେଶ୍ୱର ନାଏକ, ସୁବ୍ରତ ମହାପାତ୍ର, ଶତ୍ରୁଘନ ସାହୁ, ସୂର୍ଯ୍ୟକାନ୍ତ ନାୟକ, ଟୁଟୁ ଖାଁ, ଅଜୟ ସାହୁ ଏବଂ କ୍ଲବର ଅନେକ ସଦସ୍ୟ ଯୋଗଦାନ କରିଥିଲେ।

ପ୍ରତେକ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀମାନେ ପ୍ୟାରେଡ କରିବାସହିତ ଦେଶାତ୍ମକ ବୋଧ ଗୀତ ଗାନ କରିଥିଲେ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଉପସ୍ଥିତ ଥିବା ଦର୍ଶକଙ୍କର ମନମୁଗ୍ଧ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ଉପସ୍ଥିତ ଥିବା ଜନସାଧାରଣଙ୍କୁ କ୍ଳବ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



