15/08 ଢେଙ୍କାନାଳ, ଆଜି ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ଖୁବ୍ ଆଡମ୍ବରରେ ପାଳନ କରାଯାଇଥିଲା l ସକାଳ ୬ ଘଟିକାରେ ପ୍ରଭାତ ଫେରୀ ସରିବା ପରେ ସକାଳ ୭ଟା ବାଜି ୧୫ ମିନିଟ୍ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ବ୍ଲକ୍ ଶିକ୍ଷା ଅଧିକାରିଣୀ ଭୂବନ ଶ୍ରୀମତୀ ମିନତୀ ଦେହୁରୀଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା l ଏହାପରେ ବିଦ୍ୟାଳୟର ତିନୋଟି ଗ୍ରୁପ୍ ଯଥା – ସିଭିଲିଆନ୍, ଗାଇଡ୍ ଓ ରେଡ୍ କ୍ରସ୍ ଠାରୁ ପ୍ରଧାନ ଶିକ୍ଷୟିତ୍ରୀ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ତଳେ ନିଜର ଅଭିଭାଷଣ ରଖିଥିଲେ l ଏହାପରେ ବିଦ୍ୟାଳୟର ସଭା ଗୃହରେ ଏକ ବୈଠକର ଆୟୋଜନ କରାଯାଇଥିଲା ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ ସମ୍ପର୍କିତ ନିଜ ନିଜର ବକ୍ତୃତା ଦେବା ସହିତ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର, ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠାଙ୍କ ଦ୍ୱାରା ପିଲାମାନଙ୍କୁ ପୁରସ୍କୃତ କରାଯାଇ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଓ ସଫଳ ହୋଇପାରିଥିଲା lସୂଚନା ଥାଉ କି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ପିଲାମାନେ ଅଂଶଗ୍ରହଣକରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି l

January 17, 2026/
No Comments


