ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କଲ୍ୟାଣ ସଂଘ ତରଫରୁ ଆଜି ସ୍ଥାନୀୟ ଭଗବାନ ପୁର ସ୍ଥିତ ବନ୍ଧୁକ ଧାରୀ ସଂଘ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତୋଳନ କରାଯାଇଥିଲା, ଏହି ପବିତ୍ର 79ତମ ସ୍ୱାଧୀନତା ଦିବସ ରେ ସଂଘ ର ସଭାପତି ଶ୍ରୀ କୁମୁଦ ଚନ୍ଦ୍ର ସାହୁ, ସମ୍ପାଦକ ଗିରିଶ ଚନ୍ଦ୍ର ମହାଳିକ, ସହ ସମ୍ପାଦକ ମହେଶ୍ୱର ସାମଲ, କୋଷାଧକ୍ୟ ସୁରେଶକୁମାର ବ୍ରହ୍ମ, ଉପସଭାପତି ଶ୍ରୀ ତୋଫାନ କୁମାର ସାହୁ ଏବଂ ଅନଗୁଳ ଓ ଢେଙ୍କାନାଳ ଜିଲ୍ଲା ର ସମସ୍ତ ଆର୍ମ ଗାର୍ଡ ବନ୍ଧୁ ମାନେ ସହଯୋଗ କରିଥିଲେ। ସଂଘ ର ଜାତୀୟ ପତାକା ଉତୋଳନ କରିବା ପାଇଁ ଆଜି ର ଅତିଥି ଶ୍ରୀ ବିନାୟକ ଶତପଥୀ ମହୋଦୟ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ବିଭିନ୍ନ ସଂଗଠନ ରେ ଜଡିତ ଶ୍ରୀ ବାହାଦୂର ପାଟଶାଣୀ ମହୋଦୟ ସ୍ୱାଧୀନତା ବିଷୟରେ ଦିଗ ଦର୍ଶନ ଦେଇଥିଲେ। ଅଧ୍ୟାପକ ଓ ସାହିତ୍ୟିକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ନାୟକ ସ୍ୱାଧୀନତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ବନ୍ଧୁକ ଧାରୀ କଲ୍ୟାଣ ସଂଘ ର ସମ୍ପାଦକ ଶ୍ରୀ ଗିରିଶ ଚନ୍ଦ୍ର ମହାଳିକ ଦେଶ ର ବୀର ଯବାନ ମାନଙ୍କର ବଳିଦାନ ଓ ନିଷ୍ଠା ପର କର୍ତ୍ତବ୍ୟ ପ୍ରତି ଧନ୍ୟବାଦ ଅର୍ପଣ କରିଥିଲେ।

February 13, 2026/
No Comments


