ତାଳଚେରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ନିମାଣ କେବେ?
ତାଳଚେର, ୧୮/୦୮ ବରପୁତ୍ରଙ୍କୁ ଭୂଲିନଯାଇ ଉଚିତ ସମ୍ମାନ ଦେବା ସହ ସେମାନଙ୍କ ପ୍ରତିମୂର୍ତି ନିର୍ମାଣକୁ ପ୍ରଧାନ୍ୟ ଦେଇଛି ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ । ୨୦୨୫-୨୬ବର୍ଷରେ ବିଭାଗ ମୋଟ ୩୦ ବରପୁତ୍ରଙ୍କର ପ୍ରତିମୂର୍ତି ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ପ୍ରାୟ ୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ତାଳଚେର ଭଳି ଏକ ଶିଳ୍ପାଚଂଳରେ ଦେଶମାତୃକାର ସେବାକରି ସ୍ୱାଧୀନତା ସଂଗ୍ରାମୀମାନେ ପ୍ରାଣବଳୀ ଦେଇଥିବା ବେଳେ ସେମାନଙ୍କ କଥାକୁ କିପରି ଭାବେ ଭୂଲି ଯାଉଛନ୍ତି ତାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ତାଳଚେର ଏକ ଗଡ଼ଜାତ ଅଂଚଳ ହୋଇଥିବା ବେଳେ ଏଠାରେ ବ୍ରିଟିଶ ସରକାର ପକ୍ଷରୁ ଆକାଶରୁ ଗୋଳବର୍ଷଣ କରିବା ସହ ସ୍ଥଳଭାଗରେ ପୋଲିସ୍ର ଲାଠି ଚାଲାଣରେ ଲହୁଲୁହାଣ ହୋଇ କେତେକ ପ୍ରାଣବଳୀ ଦେଇଥିବା ବେଳେ ଆଉ କେତେକ ଜୀବନ ବିକଳରେ ରକ୍ତାକ୍ତ ହୋଇ ଜୀବନ ସହ ସଂଗ୍ରାମ କରିଥିଲେ ଓ ସେହି ଅଂଚଳଟି ରକ୍ତରଞ୍ଜିତ ହୋଇପଡ଼ିଥିଲା । ସେଥିମଧ୍ୟରୁ ତାଳଚେର ଅଂଚଳର ଅର୍ଜୁନ ରଥ, ମହେଶ୍ୱର ରଥ, ଗଙ୍ଗାଧର ରଥ, ପାଣ୍ଡବ ପ୍ରଧାନ, ରଘୁନାଥ ନନ୍ଦ, ବୃନ୍ଦାବନ ମହାପାତ୍ର, ଅନନ୍ତ ପ୍ରଧାନ, ବୈକୁଣ୍ଠ ସାହୁ, ଦୁଃଖବନ୍ଧୁ ସାହୁ, କୁଶ ସାମଲ, କୃତୀବାସ ରଥ, ମଧୁମୋହନ ପ୍ରଧାନ, ମାଧବ ଚନ୍ଦ୍ର ପ୍ରଧାନ, ନୀଳମଣି ପ୍ରଧାନ, ନାଥ ପ୍ରଧାନ, ସାମୂ ସାହୁ, ସୁଦର୍ଶନ ପ୍ରଧାନ, ଠାକୁର ପ୍ରସାଦ ରଥ, ଯୋଗୀ ସାହୁ, ରେଣୁ ସାହୁ, ରତ୍ନାକର ପ୍ରଧାନ ଓ ଆକୂଳ ସାହୁ ପ୍ରମୁଖ ଏହି ତାଳଚେରର ସ୍ୱାଧୀନତା ସଂଗ୍ରାମୀ ମାନେ ଆମପାଖରେ ନଥିଲେ ମଧ୍ୟ ତାଙ୍କର ଅଭୂଲାସ୍ମୃତିକୁ ମନେ ପକାଇବା ପାଇଁ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍ମୃତିସ୍ତମ୍ଭ କରି ରଖା ଯାଇଥିବା ଇଏ କି ପ୍ରକାର ସମ୍ମାନ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେବାସହ ଏଠାରେ ପ୍ରଚୁର ଅର୍ଥ ଆମଦାନୀର ବାଟ ରହିଥିଲେ ମଧ୍ୟ ଆଜି ଏମାନେ ଅବହେଳିତ ଅବସ୍ଥାରେ । ତାଳଚେରର ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଓ ବ୍ଲକ ଚେୟାରମ୍ୟାନ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଦୁଃଖବନ୍ଧୁ ସାହୁ ତାଳଚେର ବ୍ଲକ ଚେୟାରମ୍ୟାନ ଥିବା ସମୟରେ ଏହି ସ୍ମୃତିସ୍ତମ୍ଭର ସ୍ଥାପନ କରାଯାଇଥିଲା । ମାତ୍ର ପରିତାପର ବିଷୟ ଏହି ସ୍ତମ୍ଭକୁ କେହି ହେଲେ ଆଡ଼ ଆଖିରେ ନା ପ୍ରଶାସନ ନା ରାଜନେତା ଅନାଇ ଦେଇଥାନ୍ତି ତାକୁ ନେଇ ଏବେ ଅଂଚଳବାସୀ ଦୁଃଖ ପ୍ରକାଶ କରିବା ଛଡ଼ା ଆଉ କିଛି ଉପାୟ ନଥାଏ ବୋଲି ମତପ୍ରକାଶ ପାଇଛି । ଏହି ସ୍ତମ୍ଭ ଥିବା ସ୍ଥାନଟି ଚର୍ତୁପାଶ୍ୱର୍ ଖୋଲାମେଲା ହେବା ସହ ୪ଟି ଖୁମ୍ବ ବିଶିଷ୍ଟ ଖଣ୍ଡିଏ ଛାତ ମଧ୍ୟରେ ସିମୀତ ହୋଇ ଖେଲାମେଲା ଓ ଚର୍ତୁପାଶ୍ୱର୍ ଘାସ ଲଟାରେ ପରିପୂର୍ଣ୍ଣ ହୋଇ ପଡ଼ି ରହିଛି ଏବଂ ଅକ୍ଷର ଗୁଡ଼ିକ ଲିଭିବାକୁ ମଧ୍ୟ ବସିଲାଣି । ତେଣୁ ତୁରନ୍ତ ସରକାର ଏହି ମହାନ ବ୍ୟକ୍ତିମାନଙ୍କର ପ୍ରତିମୂର୍ତି ନିର୍ମାଣ କରିବାକୁ ସାଧାଣରେ ଦାବି ହେଉଛି ।



