ଡବଲ୍ ଇଂଜିନ ସରକାର ସମୟରେ ଡବଲ୍ ଲୁଟ୍, ଚାଷୀ ଖୋଜୁଛି ରାହା କିଏ ହେବ ତାର ସାହା
ବରଗଡ:୨୧/୮(ପବିତ୍ର ମେହେର) ବରଗଡ଼ ଜିଲ୍ଲା ସାରା ରାସାୟନିକ ସାର ର କୃତ୍ରିମ ଅଭାବ ସୃଷ୍ଟି କରି ଲାଭଖୋର ବେପାରୀମାନେ ଚାଷୀମାନଙ୍କୁ ଠାରୁ ଅମାନୁଷିକ ଭାବରେ ଲୁଟ କରି ଚାଲିଛନ୍ତି। ସରକାରଙ୍କ ସବ୍ସିଡି ପରେ ୟୁରିଆ ୨୬୬ ଟଙ୍କା ୫୦ ପଇସା ଏବଂ ଡିଏପି ୧୩୫୦ ଟଙ୍କା ଥିବା ବେଳେ ୟୁରିଆ ୫୦୦ ରୁ ୬୦୦ ଟଙ୍କା ଏବଂ ଡିଏପି ୧୮୦୦ ଟଙ୍କା ରେ ବିକ୍ରି କରାଯାଉଛି। ଚାଷୀମାନେ ଯେଉଁଠି ଆନ୍ଦୋଳନ କରୁଛନ୍ତି ସେଠି କିଛି କିଛି ମାତ୍ରା ରେ ସାର ଦିଆଯାଉଛି । ଅନ୍ଯ ଚାଷୀମାନଙ୍କ ଠାରୁ ଭୟଙ୍କର ମାତ୍ରାରେ ଲୁଟ କରାଯାଉଛି। ଯେଉଁଠି ଚାଷୀମାନେ ଆନ୍ଦୋଳନ କରିଛନ୍ତି ସେଠି ସେହି ଚାଷୀମାନଙ୍କୁ ଉଚିତ ମୂଲ୍ୟ ରେ ସାର ଦିଆଯାଉଛି। ଏହାର ପ୍ରତିବାଦରେ ଆଜି ଜୟ କିସାନ ଆନ୍ଦୋଳନ ର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ। କୃଷି ଅଧିକାରୀ ଙ୍କ କହିବା ଅନୁସାରେ ବରଗଡ଼ ଜିଲ୍ଲାରେ ଡିଏପି ପ୍ରାୟ ୧୭୦୦୦ ଟନ ଆବଶ୍ଯକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭୧୩୪ ଟନ ଏବଂ ୟୁରିଆ ୩୩୮୦୦ ଟନ ଆବଶ୍ଯକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୮୨୨୮ ଟନ ଆସିସାରିଛି। ଏତେ ପରିମାଣର ସାର ଜିଲ୍ଲା କୁ ଆସିଥିଲେ ସୁଦ୍ଧା ଚାଷୀ କାହିଁକି ଲୁଟ ର ଶୀକାର ହେଉଛନ୍ତି ବୋଲି ଜିଲ୍ଲାପାଳ ଆଦିତ୍ଯ ଗୋୟଲ ଙ୍କୁ ସଂଗଠନ ତରଫରୁ ପ୍ରଶ୍ନ କରାଯାଇଥିଲା । ଜିଲ୍ଲା ର ସାର ବେପାରୀଙ୍କ ଗୋଦାମ ଗ୍ରାହକମାନଙ୍କ ରେ ସାର ମହଜୁଦ ଅଛି ସଂପୃକ୍ତ ଗୋଦାମଗୁଡିକକୁ ଯାଁଚ କରାଯାଉ ବୋଲି ସଂଗଠନ ପକ୍ଷରୁ ଜିଲ୍ଲାପାଳ ଙ୍କୁ କୁହାଯାଇଥିଲା। ସଂଗଠନ ତରଫରୁ ଜିଲ୍ଲାପାଳ ଙ୍କୁ କୁହାଯାଇଥିଲା ଯେ ନିକଟ ଭବିଷ୍ୟତରେ ଜିଲ୍ଲା କୁ ଯାହା ସାର ଆସିବ ତାହା କେବଳ ପ୍ରାଥମିକ କୃଷି ସମବାୟ ସମିତିର କୁ ଦିଆଯାଉ। ସେଠାରେ ଚାଷୀମାନେ ଉଚିତ ମୂଲ୍ୟ ରେ ସାର ପାଇପାରିବେ। ଏହି ଆଲୋଚନା ରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଅନ୍ୟତମ ଆବାହକ ଲିଂଗରାଜ, ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ଚଞ୍ଚଳ ପ୍ରଧାନ, ଭଞ୍ଜନ ବାରିକ, କିଶୋର ସାହୁ, ସରୋଜ ପଧାନ ଉପସ୍ଥିତ ଥିଲେ।



