ଜୁନାଗଡ଼ ତାଳବନ୍ଧପଡା ଠାରେ ପୋଖରୀରେ ବୁଡି ଯୁବକର ମୃତ୍ୟୁ

ଜୁନାଗଡ଼ – ତା- ୨୧/୮- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତାଳବନ୍ଧପଡ଼ା ଠାରେ ଦିବା ୧୨ ଘଣ୍ଟା ସମୟରେ ଏକ ଦୁଃଖଦନିୟ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଜୁନାଗଡ଼ ସହରର ତାଳବନ୍ଧପଡାର ମୃତ ଯୁବକର ଘର ପାର୍ଶ୍ୱରେ ଥିବା ଏକ ପୋଖରୀରେ ଶବକୁ ଉଦ୍ଧାର କରିଥିବାର ଦେଖାଦେଇଛି l ମୃତ ଯୁବକ ଜୁନାଗଡ଼ ତାଲାବନ୍ଦପଡ଼ାର ପୂର୍ବତନ ନଗରପାଲ ସ୍ବର୍ଗତ ପାର୍ଥ ମହାଳିକଙ୍କ ସାନ ପୁଅ ଶ୍ରୀ କୋଟି ଚନ୍ଦ୍ର ମହାଳିକ ବୋଲି ଜଣାପଡି ଥିବାବେଳେ ଯାହା ଖବର ମୁତାବକ ନିଜ ବାସଭବନ ନିକଟସ୍ଥ ପୋଖରୀରେ ଯୁବକ ପଡ଼ି ଯାଇଥିବାର ଦେଖି ପରିବାର ଲୋକେ ଉଦ୍ଧାର ସକାଶେ ପାଣିରେ ବହୁତ ଖୋଜା ଖୋଜି କରିଥିଲେ ପରେ ଯୁବକକୁ ପୋଖରୀରେ ନ ପାଇ ଜୁନାଗଡ଼ ପୋଲିସକୁ ଖବର କରିଥିବା ସୂଚନା ମିଳିଛି l ତା ପରେ ଜୁନାଗଡ଼ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ପୋଲିସ ବିଭାଗୀୟ ଅଧିକାରୀ ଜୁନାଗଡ଼ ଅଗ୍ନିଶମ ବିଭାଗକୁ ଯୁବକକୁ ଉଦ୍ଧାର କରିବା ସକାଶେ ସୂଚନା ଦେଇଥିଲେ l ଅଗ୍ନିଶମ ବିଭାଗୀୟ ହାବିଲଦାର S,K,barik ଏବଂ B,sabar ଙ୍କ କହିବାନୁଯାୟୀ ଜୁନାଗଡ଼ ଥାନାରୁ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗୀୟ Leading Fire Fighter Team ତଥା ମନୋଜ ବିଶ୍ଵାଳ ,ଦିନମଣି ଭୋଇ ,କିଶନ ମାଝୀ ଏବଂ ଜିତେନ୍ଦ୍ର ପଟେଲ ସମେତ ଘଟଣା ସ୍ଥଳରେ ପହଞ୍ଚି ଦିର୍ଘ୍ ଅଧା ଘଣ୍ଟା ପରେ ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇ ଯୁବକକୁ ଜୁନାଗଡ଼ ମୁଖ୍ୟ ଚିକିତ୍ସlଲୟରେ ଭର୍ତ୍ତି କରିଥିବାର ସୂଚନା ଦେଇଥିଲେ l ପରେ ହସ୍ପିଟାଲରେ କାର୍ଯ୍ୟରତ ଥିବା ଡକ୍ଟର ଯୁବକକୁ ମୃତ ଘୋଷଣା କରିଥିବାର ଦେଖାଦେଇଥିଲା l ପୋଖରୀରେ ବୁଡି ଯାଇ ଯୁବକ କୋଟି ଚନ୍ଦ୍ର ମହାଳିକଙ୍କ ମୃତ ହେବା ଖବର ଶୁଣିବା ପରେ ଜୁନାଗଡ଼ ସହର ଏବଂ ତାଳବନ୍ଧ୍ ପଡାରେ ଶୋକର ଛାୟା ଖେଳିଯାଇଥିଲା l ସୁଚନାନୂଯାଇ ପୋଲିସ ଟିମ ଶବକୁ ଜୁନାଗଡ଼ର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି l ଏନେଇ ଯୁବକର ଦୁଃଖଦ ଘଟଣାର ଖବର ପାଇ ଜୁନାଗଡ଼ ସହରର ପୂର୍ବତନ ନଗରପାଲ ମୁକେଶ ଅଗ୍ରୱାଲ ,ଜୁନାଗଡ ବ୍ଲକର Republic Odisha ପ୍ରତିନିଧି ବିଜୟ ଭୂଷଣ ଦଣ୍ଡସେନାଙ୍କ ସମେତ ଏ ଅଞ୍ଚଳର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ lକଳାହାଣ୍ଡି ଜୁନାଗଡ଼ରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




