କଳାହାଣ୍ଡି ଜିଲ୍ଲା ପରିଦର୍ଶନ ରେ ରାଜ୍ୟ ସଚିବାଳୟ ର 50 ଜଣଅଧିକାରୀ
ଭବାନୀପାଟଣା: ତା 21.8.2025 ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଚିବାଳୟ ର 50 ଜଣ ଅଧିକାରୀ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରିଥିଲେ। ଏଥିରେ ସଚିବାଳୟ ର ଦୁଇ ଜଣ ଉପ ସଚିବ ତରୁଣ କୁମାର ବିଶ୍ଵାଳ ଓ ନିହାର ରଂଜନ ରଥ ଙ୍କ ନେତୃତ୍ଵରେ 48 ଜଣ ସହକାରୀ ଉପ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହି ଅବସରେ ଜିଲ୍ଲା ପରିଷଦ ସଭା ଗୃହରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାରେ ସରକାରଙ୍କର କାର୍ଯ୍ୟକାରି ହେଉଥିବା ବିଭିନ୍ନ ବିଭାଗୀୟ ଯୋଜନା,କାଯ୍ୟକ୍ରମ ଓ ଜିଲ୍ଲା ପ୍ରଶାସନ,ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। ସର୍କିଟ ହାଉସରେ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମସ୍ତ ଯୁବ ଅଧିକାରୀ ଙ୍କ ସହିତ ବାର୍ତ୍ତାଳାପ କରି ଜିଲ୍ଲା ପରିଦର୍ଶନ ର ଆସିଥିବା ରୁ ଯୁବ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଉତ୍ସାହିତ କରିଥିଲେ,ଏଥିରେ ଭାରତୀୟ ପ୍ରଶାସନିକ ସେବା ପ୍ରବେଶନ, ଅନିମେସ ପ୍ରଧାନ ଉପସ୍ଥିତଥିଲେ। ସମ୍ବର୍ଦ୍ଧନା ସଭା ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ,ଜିଲା ସମାଜ କଲ୍ୟାଣ ଅଧିକାରୀ ମଜିବୁନ ନିଶା, ନିର୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର,ଜିଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଏ, ପି ଡି ବିମ୍ବାଧର ସାହୁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସମସ୍ତ ଅଧିକାରୀ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ମନ୍ଦିର ଯାଇ ମା ଙ୍କ ଦର୍ଶନ କରିଥିଲେ ଏବଂ ଜିଲ୍ଲାର ଦର୍ଶନୀୟ ସ୍ଥାନ ଫୁର୍ଲିଝରଣ,ରାବଣଦର ବୁଲି ଦେଖି ଥିଲେ ଏବଂ ପରେ ନୂଆପଡ଼ା ଜିଲ୍ଲା ଗସ୍ତ ରେ ଯାଇଥିଲେ।



