ରୁଙ୍ଗଟାକମ୍ପାନୀ ମନମୁଖୀ କାର୍ଯ୍ୟକୁ ନେଇ କମ୍ପାନୀ ଫାଟକ ସାମ୍ନାରେ ଲୋକଙ୍କ ଧାରଣା

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ କାରାକୋଲା ଗ୍ରାମରେ ଅବସ୍ଥିତ Rungta କମ୍ପାନୀ ର ମନମୁଖୀ କାର୍ଯ୍ୟ ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଯେଉଁଥି ପାଇଁ ଆଜି ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ମାନେ Rungta କମ୍ପାନୀ ପ୍ଲାଣ୍ଟ ଫାଟକ ସମ୍ମୁଖରେ ବର୍ଷାରେ ଛତା ଧରି ଓ କିଛି ଲୋକ ନିଜର କୁନିକୁନି ପିଲା ଙ୍କୁ କୋଳରେ ଧରି ଧାରଣା ଦେଇଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଉ ଗୋଟେ ଦୃଶ୍ୟ ଦେଖି ବ୍ୟଥିତ ଲାଗିଥିଲା ମଧ୍ୟ, ବଡ଼ବିଲ ପୋଲିସ୍ ପ୍ରଶାସନ ଅଧିକାରୀ ଓ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଆଉ କିଛି ଧାରଣା ରତ ଲୋକଙ୍କ ଭିଡିଓ ଉତ୍ତୋଳନ କରୁଥିବା ର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏଭଳି ଦୃଶ୍ୟ ଦେଖିଲେ ପୋଲିସ୍ ପ୍ରଶାସନ ର କାର୍ଯ୍ୟଶୈଳୀ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୁଏ କି Rungta କମ୍ପାନୀ ଉକ୍ତ ଗ୍ରାମକୁ ଯୋଗାଉଥିବା ଲାଇନ୍ ଓ ପାଣି ଗତ ଗୁରୁବାର ଠାରୁ ବନ୍ଦ୍ କରିଥିବା ନେଇ ଅଭିଯୋଗ ହୁଏ। Rungta କମ୍ପାନୀ ରୁ ନିର୍ଗତ ଧୂଳି ଧୂଆଁ ରେ କରାକୋଲା ଗ୍ରାମ ପ୍ରଭାବିତ ହେଉଥିବା ବେଳେ Rungta କମ୍ପାନୀ ର ପ୍ରଦୂଷଣ ଯୋଗୁ ଚାଷ କାର୍ଯ୍ୟ ହେଉନଥିବା ଅଭିଯୋଗ ହୁଏ। ଧୀରେ ଧୀରେ ଏହି Rungta କମ୍ପାନୀ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏହି Rungta କମ୍ପାନୀ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି, ଖାଲି ଏହି କାରାକୋଲା ଗ୍ରାମରେ ବୋଲି ନୁହେଁ ବଡ଼ବିଲ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏହି Rungta କମ୍ପାନୀ ବିରୋଧରେ ରହିଛି ଅଭିଯୋଗ, ଯାହା ଆମେ ଆଣିବୁ ଲୋକ ଲୋଚନକୁ ଓ ରାଜ୍ୟରେ ଏବେ ଲୋକଙ୍କ ସରକାର୍ ବୋଲାଉଥିବା ମୋହନ ସରକାର୍ ଲୋକଙ୍କ ହିତରେ କାର୍ଯ୍ୟ କରୁଥିବା ବେଳେ ଏହି କାରାକୋଲା ଗ୍ରାମରେ ଏହାର ସମ୍ପୂର୍ଣ ବିପରୀତ ପରିଲକ୍ଷିତ ହୁଏ। ଆଞ୍ଚଳିକ ପ୍ରାସାସନିକ ଅଧିକାରୀ Rungta କମ୍ପାନୀ କର୍ତ୍ତୃପକ୍ଷଙ୍କ ଇସାରାରେ ପରିଚାଳିତ ହେଉଥିବା ମନେହୁଏ। ଯେହେତୁ ଏହା ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଜିଲ୍ଲା ତେଣୁ ଅଞ୍ଚଳ ବାସିନ୍ଦା ମାନେ ଆଗାମୀ ଦିନରେ ଏହି Rungta କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରସ୍ଥ ହେବା ନେଇ ସୂଚନା ଯେଉଁଥିରେ ଆମେ ମଧ୍ୟ ଅଞ୍ଚଳ ବାସିନ୍ଦା ମାନଙ୍କୁ ତାଙ୍କର ହକ୍ ପାଇଁ ସମ୍ପୂର୍ଣ ସହଯୋଗ କରିବୁ। ଆସନ୍ତୁ ଶୁଣିବା ଲୋକଙ୍କ ଅଭିଯୋଗ ଏହି Rungta କମ୍ପାନୀ ବିରୋଧରେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



