ପାୱlର ଅଫ ଦିବ୍ୟlଙ୍ଗସ ବରଗଡ ତରଫରୁ, ବରପାଲିଠାରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ବରଗଡ:୨୪/୮(ପବିତ୍ର ମେହେର) ଆଜି ରବିବାର ଦିନ ପୂର୍ବାହ୍ନ ୧୦. ୩୦ ମି. ସମୟରେ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପଠାରେ ବରପାଲି ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ପାୱାର ଅଫ ଦିବ୍ୟlଙ୍ଗସ ର ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ, ମୁଖ୍ୟ ଅତିଥି ଭାବରେ ବରପାଲି ଏନ. ଏ. ସି. ଚେୟାରମ୍ୟାନ ଶ୍ରୀ ଦିନେଶ ଗହୀର, ସୁଇଟ ସ୍ମlଲ ଦିବ୍ୟlଙ୍ଗ ଟ୍ରଷ୍ଟ ର ମୁଖ୍ୟ ଶ୍ରୀମତୀ ମଞ୍ଜୁଲତା ଦାଶ, ସରସ୍ବତୀ ସଂଘ ର ଉପସଭାପତି ଶ୍ରୀମତୀ ଘରଯୁଗୀ ଗଡ଼ତୀୟା, ଜନଶକ୍ତି ଭିନ୍ନକ୍ଷମ ସଂଗଠନ ର ସମ୍ପାଦକ ଶ୍ରୀ ସୂର୍ଯ୍ୟମଣି ମାଝୀ ଏବଂ ପାୱାର ଅଫ ଦିବ୍ୟlଙ୍ଗ ସଂଗଠନ ର ସାଧାରଣ ସମ୍ପାଦକ ଶ୍ରୀ ମେଘନାଦ ସାହୁ ତଥା ମିଡିଆ ପ୍ରଭାରୀ ସତ୍ୟଜିତ ଦାଶ ମଂଚାସୀନ ଥିଲେ । ସମ୍ପାଦକ ଶ୍ରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ମାଆ ସମଲେଶ୍ୱରୀ ଙ୍କ ଫଟୋଚିତ୍ର ସମ୍ମୁଖରେ ଦିପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ ପରେ, ସ୍ୱାମୀ ବିବେକାନନ୍ଦ ନର୍ସିଂ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କଲାପରେ, ସଭାପତି ଶ୍ରୀ ଅଗ୍ରୱାଲ ସଭା ରେ ଯୋଗଦାନ କରିଥିବା ବରପାଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବହୁ ସଂଖ୍ୟା ରେ ଦିବ୍ୟାଂଗ ସଦସ୍ୟ ସଦସ୍ୟା ମାନଙ୍କୁ ଅଭିନନ୍ଦନ ଜଣାଇ ପାୱାର ଅଫ ଦିବ୍ୟlଙ୍ଗ ମୁଖ୍ୟ ଉଦେଶ୍ୟ ବିଷୟ ରେ ଆଲୋକପାତ କରିଥିଲେ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସ୍ବାବଲମ୍ବୀ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଦିଗରେ ପାୱାର ଅଫ ଦିବ୍ୟାଙ୍ଗସ ର ଭୂମିକା ବିଷୟ ରେ ଅବଗତ କରି ଥିଲେ। ମଂଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖି କହିଲେ ଯେ, ସମାଜରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କଲେ, ଦିବ୍ୟାଙ୍ଗ ଭାଇ ଭଉଣୀମାନେ ଉପକୃତ ହେବେ ଓ ସରକାରୀ ଯୋଜନା ମାନଙ୍କର ସମ୍ପୂର୍ଣ୍ଣ ଲାଭ ପାଇ ପାରିବେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗହୀରଙ୍କ ଦ୍ୱାରା ଦିବ୍ୟlଙ୍ଗ ଭଉଣୀ ତୁଳସୀ ମେହେର ଙ୍କୁ ହୁଇଲ ଚେୟାର ପ୍ରଦାନ କରି ଡିବ୍ୟାଙ୍ଗ ମାନଙ୍କୁ ସର୍ବଦା ସହଯୋଗ ର ପ୍ରତିଶ୍ରୁତି ଦେଇ ଥିଲେ। ଏହି ଅବସରରେ ଭେଡେନ ବ୍ଲକର ସଭାପତି ଶ୍ରୀ ବସନ୍ତ ଭୋଇ, ବରଗଡ ବ୍ଲକର ସଭାପତି ଶ୍ରୀ ଫକୀର ମହାନନ୍ଦ, ବିଜେପୁର ବ୍ଲକର ସଭାପତି ଶ୍ରୀ ସୁରେଶ ଯୋଶୀ, ସୋନପୁର ଡୁଙ୍ଗୁରିପାଲି ବ୍ଲକର ମିତ୍ରଭାନୁ ସାହୁ ନିଜ ନିଜ ବକ୍ତବ୍ୟ ରଖିଥିବାବେଳେ, ଅତାବିରା ବ୍ଲକ ସଭାପତି ଶ୍ରୀ ପ୍ରମୋଦ ଗରଡିଆ, ବଧିର ସଂଘର ସଭାପତି ଶ୍ରୀ ଚିତ୍ରସେନ ମେହେର, ସୋହେଲା ବ୍ଲକ ସଭାପତି ଶ୍ରୀ ଭଗବାନ ହରପାଳ ଏବଂ ପାଇକମାଲ ବ୍ଲକ ର ସମ୍ପାଦକ ଶ୍ରୀ ତୁଲାରାମ ନାଗ ଉପସ୍ଥିତ ଥିଲେ ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଚିନ ବାରିକ, ନବୀନ ଅଗ୍ରୱାଲ, ଚିଣ୍ଟୁ ହରିପାଳ, ଅମନ ପଟେଲ ଏବଂ ଦୀପିକା କୁମ୍ଭାର ଙ୍କୁ ପାୱାର ଅଫ ଦିବ୍ୟlଙ୍ଗସ ତରଫରୁ ପ୍ରତୀକ ଚିହ୍ନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜନ ସଂସ୍ଥା ସରସ୍ବତୀ ସଂଘ, ସୁଇଟ ସ୍ମlଇଲ ଏବଂ ଜନଶକ୍ତି ଭିନ୍ନକ୍ଷମ ସଂଘକୁ ମଧ୍ୟ ପାୱାର ଅଫ ଡିବ୍ୟାଙ୍ଗସ ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା । କୁମାରୀ ଆଦ୍ୟାଶା ଅଗ୍ରହlଣି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବରପାଲି ର ତିନୋଟି ଯାକ ସଂସ୍ଥାର କର୍ମକର୍ତ୍ତାମାନେ ପୂର୍ଣ୍ଣ ସକ୍ରୀୟତା ର ସହିତ ସହଯୋଗ କରିବାରୁ ଜିଲ୍ଲା ସଂଗଠନ ତରଫ ରୁ ସତ୍ୟଜିତ ଦାଶ ଧନ୍ୟବାଦ୍ ସହ ପ୍ରଶଂସା କରି ଥିଲେ । ପରିଶେଷରେ ସରସ୍ବତୀ ସଂଘର ସଭ୍ୟା ଶ୍ରୀମତୀ ଅଞ୍ଜଳି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
