ଖାଦ୍ୟ ନିରାପତା ବିଭାଗର ଯୋରଦାର ଚଢ଼ାଉ
ତାଳଚେର, ୨୫/୦୮ ତାଳଚେର ପ୍ରସିଦ୍ଧ ଗଣେଶ ପୂଜାକୁ ଆଉ ଦୁଇଦିନବାକି ରହିଥିବା ବେଳେ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ଟିମ ଅଚାନକ ଭାବେ ତାଳଚେର ଅଂଚଳରେ ରହିଥିବା ବିଭିନ୍ନ ଦୋକାନ ଯଥା ଢ଼ାବା, ହୋଟେଲ, ଫାଷ୍ଟଫୁଡ଼୍ରେ ଯୋରଦାର ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଲାକ୍ରା ମ୍ୟାଡ଼ନ, ସୁମିତ ସୌରଭ ପରିଡ଼ା, ଶ୍ରୀବନ୍ତ ଖଣ୍ଡଗିରିଙ୍କ ଉପସ୍ଥିତିରେ ପ୍ରତ୍ୟେକ ଦୋକାନ ଗୁଡ଼ିକରୁ ଖାଦ୍ୟର ନମୁନା ନେଇଥିବା ଜଣାପଡ଼ିଛି । ପ୍ରାୟ ହୋଟେଲ ଗୁଡ଼ିକରୁ ୨୬ ପ୍ରକାର ନମୁନା ସଂଗ୍ରହ ହୋଇଛି । ଏହି ଖାଦ୍ୟପଦାର୍ଥରୁ ଯଦି କୌଣସି ରାସାୟନିକ କିମ୍ବା ବାସିଖାଦ୍ୟ ମିଳେ ତେବେ ଏହି ଦୋକାନ ଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି । ତାଳଚେର ପବିତ୍ର ମୋହନ ଛକ ଠାରୁ ଆରମ୍ଭ କରି ହାଟତୋଟ, ବାଇପାସ୍ ଇତ୍ୟାଦି ସ୍ଥାନରେ ରହିଥିବା ଦୋକାନ ଗୁଡିକରୁ ଏହି ନମୁନା ସଂଗ୍ରହ କରାଯାଇଛି । ତେବେ ଦୋକାନୀ ମାନେ ଗ୍ରାହକମାନଙ୍କୁ ଆକୃଷ୍ଟ ଏବଂ ସ୍ୱାଦିଷ୍ଟ କରିବାପାଇଁ ବିଭିନ୍ନ ରାସାୟନିକ ରଙ୍ଗ ଖାଦ୍ୟପଦାର୍ଥରେ ଲେପନ କରି ବିକ୍ରି କରିବା ସହିତ ବିଭିନ୍ନ ଭେଜାଲ ତେଲ, ମସଲା ଇତ୍ୟାଦି ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ବୋଲି ଅଭିଯୋଗ ହୋଇଥାଏ ।



