ଅଙ୍ଗନାବାଡ଼ି କେନ୍ଦ୍ର ନିକଟରେ ଖୋଲାମେଲାରେ ଜୁଆ ଖେଳ ଅଭିଭାବକଙ୍କ ତୀବ୍ର ପ୍ରତିକ୍ରିୟା
ତାଳଚେର, ୨୫/୦୮ ବିକ୍ରମପୁର ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ରହିଥିବା ତେହରାନପୁର ଅଙ୍ଗନବାଡ଼ କେନ୍ଦ୍ର ନିକଟରେ ଖୋଲମଖୁଲା ଭାବେ ଜୁଆଖେଳ ଚାଲିଥିବା ଅଭିଯୋଗ ହୋଇଛି । ଶିକ୍ଷାକୁ ସରକାର ଏବଂ ଅଭିଭାବକ, ଅଭିଭାବିକାମାନେ ଗୁରୁତ୍ୱ ପ୍ରଦାନ କରି ଆସୁଥିବା ବେଳେ ସ୍କୁଲ ନିକଟରେ ଜୁଆଖେଳ ଓ ମଦ୍ୟପୀଙ୍କ ଆଡ୍ଡାସ୍ଥଳୀ କିଏ ଓ କାହାର ସ୍ୱାର୍ଥପାଇଁ ନିର୍ଭିକ ଭାବେ ସେମାନେ ଏହି ବେଆଇନ କାର୍ଯ୍ୟ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଯୋରଧରିଛି । ତେବେ କମଳମତୀ ଛାତ୍ରଛାତ୍ରୀଙ୍କ ଉପରେ ଏହି ଜୁଆଖେଳର କୁପ୍ରଭାବ ପକାଇବ ବୋଲି ସେଠିକାର ଅଂଚଳବାସୀ ଏହା ମତପ୍ରକାଶ କରିଛନ୍ତି । ତେବେ ଦିନ ଦ୍ୱିପ୍ରହରେ ଜୁଆଖେଳ ହେଉଥିବାରୁ କିପରି ପୋଲିସ୍ ପଞ୍ଝାରୁ ଏମାନେ ମୁକୁଳି ଯାଉଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଛୋଟଛୋଟ ପିଲାଙ୍କୁ ପାଠ ପଢ଼ାଇବାକୁ ସେମାନଙ୍କ ଅଭିଭାବକମାନେ ଆଶଙ୍କା ପ୍ରକଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।



