520ନମ୍ବର୍ ଜାତୀୟ ରାଜପଥ ରେ ଭୟଙ୍କର ସଡ଼କ ଦୁର୍ଘଟଣା
କେନ୍ଦୁଝର ଜିଲ୍ଲା ପାଇଁ ମରଣଜନ୍ତା ପାଲଟିଛି 520ନମ୍ବର୍ ଜାତୀୟ ରାଜପଥ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜପଥ ରେ ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଏହି 520ନମ୍ବର୍ ଜାତୀୟ ରାଜପଥ ରେ ଦୈନଦିନ କୌଣସି ନା କୌଣସି ଠାରେ ଦୁର୍ଘଟଣା ଘଟି ଜନ ଜୀବନ ବ୍ୟାହତ ହେଉଥିବା ଦେଖିବାକୁ ମିଳେ।ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ 520ନମ୍ବର୍ ଜାତୀୟ ରାଜପଥ ଟୋଂଣ୍ଟ ବି ଆର ପି ଏଲ ପ୍ଲାଣ୍ଟ ନିକଟରେ ପୁଣି ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ଯେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିଲା । ଦୁର୍ଘଟଣା ର କିଛି ସମୟ ସଂଘର୍ଷ ପରେ ବଡ଼ବିଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗାଡିକୁ କାଟି ଡ୍ରାଇଭର କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



