ଜଙ୍ଗଲ ପରିବେଶ ବିକାଶମଞ୍ଚର ସାଧାରଣ ସଭା

ହିନ୍ଦୋଳ ବ୍ଲକ୍ ବାଉଁଶପୋଖରୀ ପଞ୍ଚାୟତ ପରିସରରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିକାଶ ମଞ୍ଚ ହିନ୍ଦୋଳର ସଭାପତି ତ୍ରିନାଥ ବେହେରାଙ୍କ ଆହ୍ବାନକ୍ରମେ ପଞ୍ଚାୟତ ସରପଞ୍ଚ ରଣଜିତ୍ ପ୍ରଧାନଙ୍କ ସଭାପତିତ୍ବରେ ୧୧ଗୋଟି ସରପଞ୍ଚଙ୍କ ସହଯୋଗ ଏବଂ ପ୍ରତ୍ୟେକ ଗ୍ରାମର ଗ୍ରାମ୍ୟ ଜଙ୍ଗଲ କମିଟି ସଦସ୍ୟଙ୍କ ଯୋଗଦାନରେ ଉକ୍ତ ସଭାଟି ଖୁବ୍ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିନ୍ଦୋଳ ଉପଖଣ୍ଡସ୍ତରୀୟ କମିଟିର ସଦସ୍ୟ ଏବଂ ଢ଼େଙ୍କାନାଳ ଉପଖଣ୍ଡସ୍ତରୀୟ ସଦସ୍ୟା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବହୁ ଗ୍ରାମର ଉତ୍ସାହି ଜଙ୍ଗଲୀ ପ୍ରେମୀମାନେ ମଧ୍ୟ ଯୋଗଦେଇଥିଲେ। ବିଶେଷକରି ଢ଼େଙ୍କାନାଳ ଜିଲ୍ଲାର ଏଫଇଏସ୍ ର ଜିଲ୍ଲା ମୁଖ୍ୟ ନିରଞ୍ଜନ ସାହୁ, ଏଫ୍ଇଏସ ର କର୍ମୀ ଜଗନ୍ନାଥ ନାଏକ ଓ ଆନନ୍ଦ ବର୍ଦ୍ଧନଙ୍କ ସମେତ ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ। ଏଥିରେ ଜଙ୍ଗଲ ସଂପର୍କିତ ଆଇନ୍,କାର୍ଯ୍ୟଧାରା ଓ ଉପାଦେୟତା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଆମ ପରିବେଶକୁ ସୁସ୍ଥ ସୁନ୍ଦର କରିବାକୁ ସଂକଳ୍ପ ନେଇଥିଲେ। ଜଙ୍ଗଲ ଅଧିକାରକୁ ପାଇବା ପାଇଁ ଉପଖଣ୍ଡସ୍ତରରେ ଥିବା ପ୍ରତ୍ୟେକ ପଞ୍ଚାୟତ କମିଟି ମଞ୍ଚ ସହ ଯୋଡିହୋଇ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।



