ଗଣେଶ ପୂଜାରେ ଚଳଚ଼ଞ୍ଚଳ ନାଲକୋ ନଗର

ଅନୁଗୋଳ
ରଙ୍ଗିନ ଆଲୋକମାଳାରେ ଝଲସୁଛି ନାଲକୋ ନଗର । ଚଳିତବର୍ଷ ମୋଟ ୨୦ ଟି ମଣ୍ଡପରେ ପୂଜା ପାଉଛନ୍ତି ବାବା ଗଜାନନ ।

ମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିବା ସହିତ କିଭଳି ଭଲ ହୋଇ ପାରିବ ସେ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି I

ସବୁ ତୋରଣ ଗୁଡ଼ିକ ଆକର୍ଷଣୀୟ ହେବା ସହିତ ସାଜସଜ୍ଜା ଖୁବ୍ ସୁନ୍ଦର୍ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସବୁଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଆସନ୍ତା ୩୦ ତାରିଖ ଶନିବାର ଦିନ ଭସାଣି ହେବାର ସ୍ଥିର ହୋଇଛି । ଭଷାଣୀରେ ୧୨ଟି ପୂଜା କମିଟି ଭାଗ ନେବା ସହ ଏହା କଲୋନୀ ପରିସର ମଧ୍ୟରେ ହେବ ବୋଲି କମିଟି ପକ୍ଷରୁ କହିଛନ୍ତି।


ଅନୁଗୋଳରୁ ସୁଧାକର ସାହୁ।




